- Videos
- Odisha
- ଉତ୍ସାହ ଉଦ୍ଦୀପନା ସହ ଛଟ୍ ପର୍ବ ପାଳିଲେ ବିହାରୀ ସଂପ୍ରଦାୟର ଲୋକେ
ଉତ୍ସାହ ଉଦ୍ଦୀପନା ସହ ଛଟ୍ ପର୍ବ ପାଳିଲେ ବିହାରୀ ସଂପ୍ରଦାୟର ଲୋକେ
- Published: Friday, 27 October 2017
- , Updated: 27 October 2017, 08:14 AM IST
<p>ଭୁବନେଶ୍ୱର: ବିହାରୀ ସଂପ୍ରଦାୟର ଲୋକେ ଉତ୍ସାହ ଉଦ୍ଦୀପନାର ସହ ଆଜି ପବିତ୍ର ଛଟ୍ ପର୍ବ ପାଳିଛନ୍ତି। ବ୍ରତଧାରୀମାନେ ନଦୀ ତଥା ବିଭିନ୍ନ ଜଳାଶୟ ନିକଟରେ ସୂର୍ଯ୍ୟଙ୍କୁ ଉପାସନା କରି ଅଘ୍ୟ ପ୍ରଦାନ କରିଛନ୍ତି। ଏଥିପାଇଁ ରାଉରକେଲାର ନଦୀ ପଠାଗୁଡିକରେ ବେଶ୍ ଭିଡ଼ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀ କୂଳର ବେଦବ୍ୟାସ, ରୂପଟୋଲ୍, ବାଲୁ ଘାଟ ଓ କୋଏଲ ନଦୀର ଝିରିପାଣି ଘାଟ,ତୁମକେଲା ଘାଟ ଓ ତେତେରରେକେଲା ଘାଟରେ ବେଶ୍ ଉତ୍ସାହର ସହ ଶ୍ରଦ୍ଧାଳୁମାନେ ଏହି ପର୍ବ ପାଳନ କରିଛନ୍ତି।</p>
<p>ଭୁବନେଶ୍ୱର କୁଆଖାଇ ନଦୀପଠାରେ ପବିତ୍ର ଛଟ ପର୍ବରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ହାତରେ ବିଭିନ୍ନ ଫଳ ଆଣି ସୂର୍ଯ୍ୟଙ୍କ ନିକଟରେ ଅର୍ପଣ କରିଛନ୍ତି।</p>