ଛତିଶଗଡ଼ରେ ଗଜ୍‌ ଷ୍ଟେସନ୍‌ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଓଡ଼ିଶାର ଚିଠି

ଭୁବନେଶ୍ୱର: ଛତିଶଗଡ଼ରେ ଓଡ଼ିଶା ସରକାରଙ୍କ ୬ଟି ଗଜ୍‌ ଷ୍ଟେସନ୍‌ (ପାଣି ମାପକ କେନ୍ଦ୍ର) ରହିଛି। ଏହାସତ୍ତ୍ୱେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଛି ବୋଲି ଓଡ଼ିଶା ସରକାର ଜାଣିପାରିଲାନି। ଏବେ ଏହି ୬ଟି ଗଜ୍‌ ଷ୍ଟେସନ୍‌ ପ୍ରଭାବିତ ହେବ ବୋଲି ଆଶଙ୍କା କରି ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଛତିଶଗଡ଼ ସରକାରଙ୍କୁ ରାଜ୍ୟ ଜଳ  ସମ୍ପଦ ବିଭାଗ ଚିଠି ଲେଖିଛି। ଛତିଶଗଡ଼ର କଲମା ଓ ବସନ୍ତପୁର ବ୍ୟାରେଜ ମଝିରେ ସରାଡିହି ନିକଟରେ ରହିଛି ଓଡ଼ିଶା ଜଳ ସମ୍ପଦ ବିଭାଗର […]

chhatisgarh

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 11:15 PM IST

ଭୁବନେଶ୍ୱର: ଛତିଶଗଡ଼ରେ ଓଡ଼ିଶା ସରକାରଙ୍କ ୬ଟି ଗଜ୍‌ ଷ୍ଟେସନ୍‌ (ପାଣି ମାପକ କେନ୍ଦ୍ର) ରହିଛି। ଏହାସତ୍ତ୍ୱେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଛି ବୋଲି ଓଡ଼ିଶା ସରକାର ଜାଣିପାରିଲାନି। ଏବେ ଏହି ୬ଟି ଗଜ୍‌ ଷ୍ଟେସନ୍‌ ପ୍ରଭାବିତ ହେବ ବୋଲି ଆଶଙ୍କା କରି ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଛତିଶଗଡ଼ ସରକାରଙ୍କୁ ରାଜ୍ୟ ଜଳ  ସମ୍ପଦ ବିଭାଗ ଚିଠି ଲେଖିଛି।

ଛତିଶଗଡ଼ର କଲମା ଓ ବସନ୍ତପୁର ବ୍ୟାରେଜ ମଝିରେ ସରାଡିହି ନିକଟରେ ରହିଛି ଓଡ଼ିଶା ଜଳ ସମ୍ପଦ ବିଭାଗର ଗଜ୍‌ ଷ୍ଟେସନ୍‌। ଏହାଛଡ଼ା ଛତିଶଗଡ଼ର ଘୋରାରୀ, ନନ୍ଦଘାଟ, ଚମ୍ପା, ସିଓରିନାରାୟଣ ଓ ତାରାପୁରଠାରେ ଓଡ଼ିଶା ସରକାରଙ୍କ ଆଉ ୫ଟି ଗଜ୍‌ ଷ୍ଟେସନ୍‌ ରହିଛି।

ଓଡ଼ିଶାକୁ ନ ଜଣାଇ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରୁଥିବାରୁ ଏବେ ଗଜ୍‌ ଷ୍ଟେସନ୍‌କୁ ନେଇ ରାଜ୍ୟ ଜଳ ସମ୍ପଦ ବିଭାଗର ଚିନ୍ତା ବଢ଼ିଯାଇଛି। ଛତିଶଗଡ଼ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚିଠି ଲେଖି କହିଛନ୍ତି ଗଜ ପଏଣ୍ଟକୁ ପୁନର୍ବାର ସ୍ଥାପନ କରା ନ ଗଲେ ହୀରାକୁଦକୁ କେତେ ଜଳ ପ୍ରବାହିତ ହେଉଛି ତାହା ଜାଣି ହେବନାହିଁ।

ଗଜ୍‌ ଷ୍ଟେସନ ସ୍ଥାପନ ନେଇ ରାଜ୍ୟ ସରକାର ଛତିଶଗଡ଼କୁ ଦେଇଥିବା ଚିଠି ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ସହମତ ଥିବା ଜଣାପଡ଼ିଛି।

ଗତ ୧୯ ତାରିଖରେ କେନ୍ଦ୍ରୀୟ ଜଳ ଆୟୋଗର ଆଞ୍ଚଳିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଆଧାର କରି ଜଳ ସମ୍ପଦ ବିଭାଗ ଏହି ଚିଠି ଲେଖିଛନ୍ତି। କଲମା ଓ ସିଓରିନାରାୟଣ ବ୍ୟାରେଜ ମଧ୍ୟରେ ମହାନଦୀ ପ୍ରତି ପାଞ୍ଚ ଶହ ମିଟର ଭିତରେ କ୍ରସ୍‌ ସେକ୍ସନ୍‌ ବାବଦରେ ତଥ୍ୟ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛି। ଏତେ ଦିନ ହେଲା ରାଜ୍ୟ ସରକାର ପାଣି ମାପକ କେନ୍ଦ୍ର କଥା ମନେ ପକାଉ ନ ଥିଲେ କାହିଁକି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

Related story