ଛେରା ପହଁରା କଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ରଥଗୁଡ଼ିକରେ ଛେରାପହଁରା କାର୍ଯ୍ୟ। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବ ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ କରିଥିଲେ ଛେରାପହଁରା। ପ୍ରତି ରଥରେ ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସେ କରିଥିଲେ ଛେରାପହଁରା।

gajapati

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 01:56 PM IST

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ରଥଗୁଡ଼ିକରେ ଛେରାପହଁରା କାର୍ଯ୍ୟ। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବ ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ କରିଥିଲେ ଛେରାପହଁରା। ପ୍ରତି ରଥରେ ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସେ କରିଥିଲେ ଛେରାପହଁରା।

ରାଜନଅରରୁ ତାମଜାନରେ ସିଂହଦ୍ୱାର ପର୍ଯ୍ୟନ୍ତ ଆସିଥିଲେ ଗଜପତି। ତା’ପରେ ସେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହା ପରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରା ପହଁରା କରିଥିଲେ।

ଛେରା ପହଁରା ପରେ ଗୋଟିଏ ପରେ ଗୋଟିଏ ରଥରୁ ଚାରମାଳ ଖୋଲି ଦିଆଯାଇଥିଲା। ଘୋଡ଼ା ଯୋଚା ଏହଂ ସାରଥୀ ଲାଗି ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କରିବାକୁ ଆସିବା ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଫେରି ଯାଇଥିଲେ। ସେ ତାଙ୍କର ୬ ଜଣ ସେବକଙ୍କ ସହିତ ରଥରେ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିଥିଲେ।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇଥିଲା। ମଦନମୋହନ ଓ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯିବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।

Related story