ଓଡ଼ିଶା ପାଇଁ ମନରେଗା ମଜୁରୀ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପାଇଁ ମନରେଗା ମଜୁରୀ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି। ଓଡ଼ିଶା ପାଇଁ ମଜୁରୀ ୧୭୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାକୁ ବୃଦ୍ଧି କରି ୨ଶହ ଟଙ୍କା କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। ଏଥିସହ ଚିଠିରେ ନବୀନ ମରୁଡ଼ି ସ୍ଥିତି ଏବଂ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଲେଖିଛନ୍ତି। ମରୁଡ଼ି ପ୍ରଭାବିତ ବ୍ଲକରେ ମନରେଗା କାମ ଆଉ ୫୦ ଦିନ ବୃଦ୍ଧି କରାଯାଇଥିବା […]

cm

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 09:57 AM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପାଇଁ ମନରେଗା ମଜୁରୀ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି। ଓଡ଼ିଶା ପାଇଁ ମଜୁରୀ ୧୭୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାକୁ ବୃଦ୍ଧି କରି ୨ଶହ ଟଙ୍କା କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। ଏଥିସହ ଚିଠିରେ ନବୀନ ମରୁଡ଼ି ସ୍ଥିତି ଏବଂ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଲେଖିଛନ୍ତି। ମରୁଡ଼ି ପ୍ରଭାବିତ ବ୍ଲକରେ ମନରେଗା କାମ ଆଉ ୫୦ ଦିନ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଅତିରିକ୍ତ ୫୦ଦିନର ଖର୍ଚ୍ଚ ସରକାର ବହନ କରିବେ। ମଜୁରୀର ୩୦ପ୍ରତିଶତ ଅତିରିକ୍ତ ମରୁଡ଼ି ସହାୟତା ଭାବେ ମିଳିବ। ଲୋକଙ୍କୁ ମଜୁରୀ ବାବଦକୁ ୧୭୪ଟଙ୍କ। ଏବଂ ସହାୟତା ୫୨ଟଙ୍କା ସହ ମୋଟ ୨୨୬ ଟଙ୍କା ମିଳିବ।

Related story