ବ୍ରହ୍ମପୁର: ଚିକିଟି ଧାନଘର ନିକଟରେ ବିସ୍ଫୋରଣ, ୧୦ ଆହତ, ୩ ଜଣ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ନିକଟରେ ଅଘଟଣ ଘଟିଛି। ଏକ ବାଣ ଦୋକାନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। କାରଣ ଅସ୍ପଷ୍ଟ ଥିବା ସତ୍ତ୍ୱେ ବାଣ ଫୁଟାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ୨ ଜଣ ଛୋଟ ଝିଅଙ୍କ ସମେତ ଏହି ବିସ୍ଫୋରଣ ରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ୩ […]

BMPR BLAS

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 06:08 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ନିକଟରେ ଅଘଟଣ ଘଟିଛି। ଏକ ବାଣ ଦୋକାନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। କାରଣ ଅସ୍ପଷ୍ଟ ଥିବା ସତ୍ତ୍ୱେ ବାଣ ଫୁଟାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ୨ ଜଣ ଛୋଟ ଝିଅଙ୍କ ସମେତ ଏହି ବିସ୍ଫୋରଣ ରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ୩ ଜଣଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଦୋକାନରେ ଥିବା ବୋମା ଫୁଟିଥିବାର ମଧ୍ୟ ଆଶଙ୍କା କରାଯାଉଛି। ଆହତଙ୍କ ମଧ୍ୟରୁ ଜଣଙ୍କର ଦେହ ସାରା କାଚଗୁଣ୍ଡ ଲାଗିଥିବା ଦେଖାଯାଇଛି। ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଦୋକାନ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Related story