- Videos
- Odisha
- ନଭେମ୍ବର ୧୪ ଶିଶୁ ଦିବସକୁ ଧୁମ୍ଧାମରେ ପାଳିବେ ରାଜ୍ୟ ସରକାର
ନଭେମ୍ବର ୧୪ ଶିଶୁ ଦିବସକୁ ଧୁମ୍ଧାମରେ ପାଳିବେ ରାଜ୍ୟ ସରକାର
- Published: Tuesday, 07 November 2017
- , Updated: 07 November 2017, 08:03 AM IST
<p>ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ଶିଶୁ ଦିବସକୁ ରାଜ୍ୟବ୍ୟାପୀ ପାଳନ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯୋଜନା ଅନୁସାରେ ପିଲାଙ୍କ ମଧ୍ୟରେ ସ୍କୁଲ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ପ୍ରତ୍ୟେକ ପିଲା, ସେମାନଙ୍କର ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦେଖିବେ। ଯେଉଁ ସ୍କୁଲରେ ଟିଭି ଅଛି ଏହାକୁ ବ୍ୟବହାର କରାଯିବ। ଯାହାର ଟିଭି ନାହିଁ ସେମାନେ ଭଡାରେ ଆଣିବେ। କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଅଭିଭାବକ ସାମିଲ ହେବେ ସେଥିପାଇଁ ଆସନ୍ତା ୧୧ତାରିଖରେ ସ୍କୁଲ ସ୍ତରରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହେବ।</p>
<p>ଶିଶୁ ଦିବସ ଅବସରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଷଷ୍ଠରୁ ଅଷ୍ଟମ ପିଲାଙ୍କ ମଧ୍ୟରେ କବିତା ଓ ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଷୟ ମଧ୍ୟ ଦିଆଯାଇଛି। ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ୧୨୦୦ ପିଲା ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।</p>
<p>&nbsp;</p>