ଚୀନ୍‌ ଚାଞ୍ଚଲ୍ୟ : ଭାରତକୁ ଟାର୍ଗେଟ ପାଇଁ ଏହି ସ୍ଥାନରେ କଲା ନୌସେନା ଘାଟି , ପଠାଇଲା ସୈନ୍ୟ

ନୂଆଦିଲ୍ଲୀ: ରଣନୀତି ବଦଳେଇଲା ଚୀନ୍‌।  ପ୍ରଥମଥର ପାଇଁ ନିଜ ଦେଶ ବାହାରେ ଅନ୍ୟ କୌଣସି ଦେଶରେ ସାମରିକ ଘାଟି ନିର୍ମାଣ କରିଛି ଚୀନ୍‌। ହର୍ନ ଅଫ ଆଫ୍ରିକାର ଡିଜିବୋଟିରେ ନିର୍ମାଣ ହୋଇଥିବା ଏହି ଦରିଆପାରି ସାମରିକ ଘାଟିକୁ  ଚୀନ୍‌ ଏକ ବିଶାଳ ଜାହାଜରେ ନୌସେନାକୁ ପଠାଇଛି। ଭାରତ ମହାସାଗରର ଉତ୍ତର ପଶ୍ଚିମ ଦିଗରେ ଏହି ଡିଜିବୋଟି ଅବସ୍ଥିତ। ଚୀନର ଏହି କୂଟନୀତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।  କାରଣ ଏହି ଘାଟିରୁ ଭାରତ ସମେତ ବାଂଲାଦେଶ, […]

Untitled-45

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 10:50 PM IST

ନୂଆଦିଲ୍ଲୀ: ରଣନୀତି ବଦଳେଇଲା ଚୀନ୍‌।  ପ୍ରଥମଥର ପାଇଁ ନିଜ ଦେଶ ବାହାରେ ଅନ୍ୟ କୌଣସି ଦେଶରେ ସାମରିକ ଘାଟି ନିର୍ମାଣ କରିଛି ଚୀନ୍‌। ହର୍ନ ଅଫ ଆଫ୍ରିକାର ଡିଜିବୋଟିରେ ନିର୍ମାଣ ହୋଇଥିବା ଏହି ଦରିଆପାରି ସାମରିକ ଘାଟିକୁ  ଚୀନ୍‌ ଏକ ବିଶାଳ ଜାହାଜରେ ନୌସେନାକୁ ପଠାଇଛି। ଭାରତ ମହାସାଗରର ଉତ୍ତର ପଶ୍ଚିମ ଦିଗରେ ଏହି ଡିଜିବୋଟି ଅବସ୍ଥିତ। ଚୀନର ଏହି କୂଟନୀତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।  କାରଣ ଏହି ଘାଟିରୁ ଭାରତ ସମେତ ବାଂଲାଦେଶ, ମ୍ୟାନମାର , ଶ୍ରୀ ଲଙ୍କାକୁ ଟାର୍ଗେଟ କରିବା ସୁବିଧା ହେବ।

ଗତ ବର୍ଷ ଏହି ଡିଜିବୋଟିରେ ଚୀନ ପକ୍ଷରୁ ସାମିରିକ ଘାଟି ନିର୍ମାଣ  ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଚୀନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।  ସେପଟେ ଏହି ଘାଟି ଶାନ୍ତିରକ୍ଷା ଏବଂ ମାନବଧର୍ମୀ କାମ ପାଇଁ  ବ୍ୟବହାର କରାଯିବ ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ହେଲେ ବେଜିଂର ଏହି କଥାକୁ ଭାରତ ସହଜରେ ଗ୍ରହଣ କରିପାରି ନାହିଁ। ସୂଚନା ଅନୁଯାୟୀ ସିକିମ ସୀମାକୁ ନେଇ ଏବେ ଭାରତ-ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ଭିତରେ ଭାରତ,ଆମେରିକା ଏବଂ ଜାପାନ ପକ୍ଷରୁ  ମାଲବାରରେ ବଙ୍ଗୋପସାଗରରେ ତ୍ରିପାକ୍ଷିକ ସମରାଭ୍ୟାସ କରାଯାଇଥିଲା। ଏଥିରେ ଚୀନ ଉଦ୍‌ବେଗ ପ୍ରକାଶ କରିଥିଲା। ଏବେ ଚୀନର ଉପରୋକ୍ତ ପଦକ୍ଷେପ ନେଇ ଭାରତ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।

ଫଟୋ: ଚୀନ ପଠାଇଥିବା ନୌସେନା ଜାହାଜ

ସୌଜନ୍ୟ: ଟାଇମ୍‌ସ୍‌ ଅଫ ଇଣ୍ଡିଆ

Related story