ସୀମାରେ ଯୁଦ୍ଧ ପରିସ୍ଥିତି: ତିବ୍ବତକୁ ମାଡ଼ିଗଲେ କି ଭାରତୀୟ ସୈନ୍ୟ ? ଚୀନ୍ ଛାନିଆ

ନୂଆଦିଲ୍ଲୀ:ସିକିମ ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଥମିବାର ନା ଧରୁନି।  ପୂର୍ବରୁ ଚୀନ ସେନା ସିକିମର ଡୋକଲାମ ଅଞ୍ଚଳକୁ ଧସେଇ ପଶିଥିବା ଭାରତ ଅଭିଯୋଗ ଆଣିଥିଲା। ଏବେ ସମାନ ଢଙ୍ଗରେ ଭାରତ ତିବ୍ବତ ଆଡ଼କୁ ମାଡ଼ିଥିବା ଚୀନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଭାରତୀୟ ସେନା ତିବ୍ବତ ସୀମାକୁ(ଏଲଏସି) ଅତିକ୍ରମ କରି ଚଳପ୍ରଚଳ କରୁଥିବା ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି।  ଭାରତ କହିଛି ଯେ, […]

Untitled

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 09:23 AM IST

ନୂଆଦିଲ୍ଲୀ:ସିକିମ ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଥମିବାର ନା ଧରୁନି।  ପୂର୍ବରୁ ଚୀନ ସେନା ସିକିମର ଡୋକଲାମ ଅଞ୍ଚଳକୁ ଧସେଇ ପଶିଥିବା ଭାରତ ଅଭିଯୋଗ ଆଣିଥିଲା। ଏବେ ସମାନ ଢଙ୍ଗରେ ଭାରତ ତିବ୍ବତ ଆଡ଼କୁ ମାଡ଼ିଥିବା ଚୀନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଭାରତୀୟ ସେନା ତିବ୍ବତ ସୀମାକୁ(ଏଲଏସି) ଅତିକ୍ରମ କରି ଚଳପ୍ରଚଳ କରୁଥିବା ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି।  ଭାରତ କହିଛି ଯେ, ତିବ୍ବତ ସୀମାର ଲାସା ନିକଟରେ ଭାରତୀୟ ସୈନ୍ୟମାନେ ବିଭିନ୍ନ ପ୍ରକାର ଅଭ୍ୟାସ କରନ୍ତି।

ସିକିମ ସୀମାଠାରୁ ୭୦୦ କିମି ଦୂରରେ ରହିଥିବା ଏହି ଅଞ୍ଚଳରେ୨୦୦୯ରୁ ଏମିତି ଅଭ୍ୟାସ କରାଯାଇ ଆସୁଛି। ଏଥିରେ  ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଚୀନ ସୈନ୍ୟ ମଧ୍ୟ ଏଭଳି ଅଭ୍ୟାସ କରୁଛନ୍ତି ବୋଲି ଭାରତ  କହିଛି। ତେଣୁ ଚୀନ୍‌ ଅଯଥାରେ ଏହାକୁ ନେଇ ବିବାଦ ସୃଷ୍ଟି କରୁଛି ବୋଲି ଭାରତ କହିଛି। ଭାରତର କୌଣସି ବଡ଼ଧରଣର ସୈନ୍ୟ ତିବ୍ବତ ଅଭିମୁଖେ ଯାଇନାହାନ୍ତି ବୋଲି ଭାରତ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୂଚନା ଅନୁଯାୟୀ ଯୁଦ୍ଧ ପାଇଁ ଚୀନ ଏକ  ବିଶାଳ ପ୍ରସ୍ତୁତି କରୁଥିବା ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଏହାକୁ ଲକ୍ଷ କରି ଭାରତ ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇ ଥାଇପାରେ ବୋଲି ଚୀନ ଗଣମାଧ୍ୟମ ‘ସାଉଥ୍‌ ଚାଇନା ମଣ୍ଣିଂ ପୋଷ୍ଟ’ରେ ପ୍ରକାଶ ପାଇଛି।  ଏଠାରେ ସୂଚନା ଯୋଗ୍ୟ ଯେ, ତିବ୍ବତ ପଥମେ ସ୍ୱାଧୀନ ଥିବା ବେଳେ  ପରେ ଏହାକୁ ଚୀନ ଜବରଦସ୍ତ ଅକ୍ତିଆର କରିନେଇଥିଲା। ତିବ୍ବତକୁ ନିଜ ଅଧୀନରେ ରଖି ସେଠାରେ ଶାସକଙ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଛି ଚୀନ୍।

Related story