ଚିଟ୍‌ଫଣ୍ଡ କମିଶନକୁ ପୂରିଲା ୩ ବର୍ଷ, କିନ୍ତୁ ଜମାକାରୀ ଏବେ ବି ଅନିଶ୍ଚିତତାରେ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମିଶନ ଓ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ଘୋଷଣାକୁ ଆଜି ୩ ବର୍ଷ ପୂରିଛି। କିନ୍ତୁ ଏପର୍ଯ୍ୟନ୍ତ  ଜଣେ ମଧ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିପାରି ନାହାନ୍ତି ସରକାର। ତେଣୁ ଚିଟ୍‌ଫଣ୍ଡ କମିଶନ ଓ ୩୦୦କୋଟିର କର୍ପସ ଫଣ୍ଡ ଗଠନର ଉଦ୍ଦେଶ୍ୟ ଆଦୌ ସାଧିତ ହୋଇପାରିନାହିଁ ବୋଲି ଅଭିଯୋଗ ହେଉଛି। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ମନରେ ଆଶା ବାନ୍ଧିଥିଲେ କିନ୍ତୁ ଟଙ୍କାଟିଏ ବି ଫେରାଇପାରି ନାହାନ୍ତି […]

OR photo chitfond

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 09:43 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମିଶନ ଓ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ଘୋଷଣାକୁ ଆଜି ୩ ବର୍ଷ ପୂରିଛି। କିନ୍ତୁ ଏପର୍ଯ୍ୟନ୍ତ  ଜଣେ ମଧ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିପାରି ନାହାନ୍ତି ସରକାର। ତେଣୁ ଚିଟ୍‌ଫଣ୍ଡ କମିଶନ ଓ ୩୦୦କୋଟିର କର୍ପସ ଫଣ୍ଡ ଗଠନର ଉଦ୍ଦେଶ୍ୟ ଆଦୌ ସାଧିତ ହୋଇପାରିନାହିଁ ବୋଲି ଅଭିଯୋଗ ହେଉଛି। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ମନରେ ଆଶା ବାନ୍ଧିଥିଲେ କିନ୍ତୁ ଟଙ୍କାଟିଏ ବି ଫେରାଇପାରି ନାହାନ୍ତି ସରକାର। ଏପର୍ଯ୍ୟନ୍ତ କମିଶନଙ୍କ ତଦନ୍ତ ଶେଷ ହୋଇ ନ ଥିବା ବେଳେ ଜମାକାରୀ ଚିହ୍ନଟ ପକ୍ରିୟାରେ ଆଦୌ ଆଗେଇ ପାରି ନାହାନ୍ତି ସରକାର। ଜଷ୍ଟିସ୍ ଆର.କେ ପାତ୍ରଙ୍କ ଦେହାନ୍ତ ପରେ ଜଷ୍ଟିସ୍‌ ଏମ୍‌ଏମ୍‌ ଦାସଙ୍କୁ କମିଶନ କରାଯାଇଥିବା ବେଳେ ଟର୍ମସ ଅଫ୍‌ ରେଫରେନ୍ସରେ ନୂଆ ଧାରା ଯୋଡା ଯାଇଛି।ଏପର୍ଯ୍ୟନ୍ତ କମିଶନଙ୍କ ପାଖରେ ଦାଖଲ ହୋଇଥିବା ୮ ଲକ୍ଷରୁ ଅଧିକ ସତ୍ୟପାଠ ମଧ୍ୟରୁ ମାତ୍ର ୨୬,୯୭୬ ଜଣ ହେଉଛନ୍ତି କ୍ଷୁଦ୍ର ଜମାକାରୀ।ଯେଉଁମାନେ ୧୦,୦୦୦ଟଙ୍କାର କମ୍‌ ଜମା କରିଛନ୍ତି। ଏହି ଆଧାରରେ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ହେଲେ ଜମାକାରୀଙ୍କ ଅଭିଯୋଗ କମିଶନଙ୍କ ତଦନ୍ତ ଯେଉଁଠି ଥିଲା ସେଇଠି ଅଟକିଛି।

ଏନେଇ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି କହିଛନ୍ତି,“ଜମାକାରୀ ଚିହ୍ନଟ ନାଁରେ ଲୋକଙ୍କୁ ଏ ସରକାର ଭୂଆଁ ବୁଲାଉଛନ୍ତି। ୫,୯୦୦ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବାକୁ ଯଦି ସରକାରଙ୍କୁ ୩ ବର୍ଷ ଲାଗିଗଲା ତେବେ ୫୦ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିବାକୁ କେତେ ବର୍ଷ ଲାଗିବ ? କମିଶନ କୌଣସି ଜମାକାରୀଙ୍କ ପଇସା ଫେରାଇନାହିଁ କି ଫେରାଇବା ଆଶା ଦେଖାଯାଉନାହିଁ। କମିଶନ ଯେଉଁଠି ଥିଲା ସେଇଠି ରହିଛି। ଏଥିରେ କେବଳ ଜନତାଙ୍କ ଅର୍ଥ ନଷ୍ଟ ହେଉଛି ସିନା କିଛି ଲାଭ ହେଉନାହିଁ।”

ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କମିଶନଙ୍କ ତଦନ୍ତର ଗତି ଓ କର୍ପସ ଫଣ୍ଡର ଉପଯୋଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ନ୍ୟାୟମୂର୍ତ୍ତି ଏମ୍ ଏମ୍‌ ଦାସ ଚିଟଫଣ୍ଡ ଠକେଇ ନେଇ ଗଠନ କମିଶନର ଯଥାର୍ଥତା ନାହିଁ ବୋଲି କହିବା ପରେ ଏ କମିଶନ କାହିଁକି ଅଛି ? ସରକାର କାହିଁକି ସେମାନଙ୍କୁ ପୋଷୁଛନ୍ତି ? ଏ ସରକାର ଚିଟ୍‌ଫଣ୍ଡ କେଳେଙ୍କାରୀରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ କେବଳ ଚିଟ୍‌ କରୁଛନ୍ତି। ଜନସଧାରଣଙ୍କୁ ଠକି ଚାଲିଛନ୍ତି। ରାଜ୍ୟ ସରକାର ଠକ ପାଲଟିଛନ୍ତି।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଯଦି କମିଶନ ଆଇନମନ୍ତ୍ରୀଙ୍କ ପାଖରେ ବସି ଜମାକାରୀଙ୍କୁ ଟାହି ଟାପରା କରିପାରନ୍ତି; ସେ ଜମାକାରୀଙ୍କୁ କି ଅର୍ଥ ଫେରାଇବେ ତାହା ସହଜରେ ଅନୁମେୟ। ଏହି କମିଶନ କେବଳ ବର୍ଷ ପରେ ବର୍ଷ ସମୟ ଗଡାଇ କମିଶନ ବିଲ୍‌ ଟି ପାଇବେ। ତେଣୁ ଦିନକୁ ଦିନ ଜମାକାରୀମାନେ ତାଙ୍କ ଅର୍ଥ ଫେରସ୍ତ ପାଇବା ଏକ କଷ୍ଟକର ବ୍ୟାପର ହେଉଛି।”

ବରୋଧୀ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“କୌଣସି ଜମାକାରୀ ଏପରି ଏକ ପକ୍ରିୟା ଭିତରୁ ଯେପରି ବାହାରି ନ ଯିବେ ସେଥିପାଇଁ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ଅବଶ୍ୟ ସମସ୍ତ କାର୍ଯ୍ୟ କରିବାରେ ଟିକେ ବିଳମ୍ବ ହୋଇଛି। ଚିହ୍ନଟ ପକ୍ରିୟା ଶେଷ ହେବା ପରେ ଜମାକାରୀ କିପରି ଟଙ୍କା ଫେରସ୍ତ ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି। ଏନେଇ ସରକାରଙ୍କ ଆନ୍ତରିକତା ମଧ୍ୟ ରହିଛି।”

ସୂଚନାଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ତଥ୍ୟ ଆଧାରରେ କମିଶନ ମୋଟ୍‌ ୧୦୪ଟି କମ୍ପାନୀକୁ ଚିହ୍ନଟ କରି  ସେଥିରୁ ୮୮ଟି କମ୍ପାନୀକୁ ନୋଟିସ ଦେଇଛନ୍ତି। କିନ୍ତୁ କିଛି କମ୍ପାନୀ ନିଜ ଠିକଣା ବଦଳାଇ ଦେଇଥିବାରୁ କମିଶନଙ୍କ ଚିଠି ସେମାନଙ୍କ ପାଖରେ ପହଞ୍ଚିବା ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।

Related story