ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମିଶନ ଏମ୍‌.ଏମ୍‌. ଦାସଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜମାକାରୀଙ୍କ ଘା’ରେ ଚୂନ ଲଗାଇବା ସଦୃଶ୍ୟ ହୋଇଛି। ଏହି ଘଟଣା ପରେ ଜଷ୍ଟିସ ଦାସ୍‌ କମିଶନ ପଦରେ ରହିବାର ନୈତିକତା ହରାଇଛନ୍ତି। ସେ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ କମିଶନଙ୍କ ମନ୍ତବ୍ୟ ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ […]

prasad

Rakesh Mallick
  • Published: Sunday, 01 May 2016
  • , Updated: 02 May 2016, 02:55 AM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମିଶନ ଏମ୍‌.ଏମ୍‌. ଦାସଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜମାକାରୀଙ୍କ ଘା’ରେ ଚୂନ ଲଗାଇବା ସଦୃଶ୍ୟ ହୋଇଛି। ଏହି ଘଟଣା ପରେ ଜଷ୍ଟିସ ଦାସ୍‌ କମିଶନ ପଦରେ ରହିବାର ନୈତିକତା ହରାଇଛନ୍ତି। ସେ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ କମିଶନଙ୍କ ମନ୍ତବ୍ୟ ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତ

ପ୍ରସାଦ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଏହି କମିଶନ ବସାଇ ଥିଲେ ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରିବାକୁ। ଯାହାକୁ କମିଶନ କରାଯାଇଛି ସେ କହୁଛନ୍ତି, ସରକାର କାହିଁକି ଏ କମିଶନ ବସାଇଛନ୍ତି ଓ ମୋତେ କାହିଁକି ଏହାର ତଦନ୍ତଭାର ଦେଇଛନ୍ତି ମୁଁ ଜାଣିନି। ଯଦି ସେ କିଛି ଜାଣିନାହାନ୍ତି ତେବେ କାହିଁକି ଦାୟିତ୍ୱ ଗ୍ରହଣ କରୁଥିଲେ? ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦା କରନ୍ତୁ, ଅଥବା କମିଶନ ନିଜେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ପୂରା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି। ସେ କାହିଁକି ଏପରି ମୌନବ୍ରତ ଧାରଣ କରିଛନ୍ତି ନିଜେ ଜାଣିଥିବେ। କମିଶନରଙ୍କ ଏପରି ବିବୃତ୍ତି ପ୍ରତିବାଦରେ କଂଗ୍ରେସ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ।”

ବିଜେପି ପକ୍ଷରୁ ମଧ୍ୟ କମିଶନଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ହୋଇ ମଧ୍ୟ ଏମ୍‌.ଏମ୍‌. ଦାସ ବିଜେଡି କାର୍ଯ୍ୟକ୍ରମରେ ଯୋଗ ଦେବା ଓ ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ। ସରକାର କମିଶନ ଭାଙ୍ଗି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।”

ବିଜେଡି ମୁଖପାତ୍ର ଶିଶୀଭୂଷଣ ବେହେରା କହିଛନ୍ତି, “ଜଣେ କମିଶନ ଭାବେ ଏମ୍‌.ଏମ୍‌. ଦାସ ତାଙ୍କ କାର୍ଯ୍ୟ ତୁଲାଉଛନ୍ତି। ମଧୁବାବୁଙ୍କ ଜୟନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଚିଟ୍‌ଫଣ୍ଡ ଜମାକାରୀଙ୍କ ସମ୍ପର୍କରେ ସେ କିଛି ମନ୍ତବ୍ୟ ଦେଇଛନ୍ତି। ଏହାର ସ୍ପଷ୍ଟିକରଣ ସେ ହିଁ ଦେବେ। ବିରୋଧର ଦଳ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ବିଜେଡି ଏ ଘଟଣା ଉପରେ ନଜର ରଖିଛି।”

Related story