CISFରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ..

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(CISF)ରେ ଖାଲିଥିବା ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ଓ ହେଡ୍‌ କନେଷ୍ଟବଲ ପଦବୀ ପାଇଁ କୋଟା ଅନୁସାରେ ଦରଖାସ୍ତ ଆହ୍ୱାନ କରାଯାଉଛି। ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ୨୦୧୮ ଜାନୁଆରୀ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ। କିପରି ଆବେଦନ କରିବେ ଆସନ୍ତୁ ଜାଣିବା। ଖାଲି ଥିବା ପଦବୀ ସଂଖ୍ୟା: ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ପାଇଁ ୩୧ଟି ପଦବୀ ଖାଲି ରହିଛି। ସେହିଭଳି ହେଡ୍ କନେଷ୍ଟବଲ ପାଇଁ ୮୭ଟି  ପଦବୀ […]

cisf

Rakesh Mallick
  • Published: Tuesday, 02 January 2018
  • , Updated: 02 January 2018, 05:23 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(CISF)ରେ ଖାଲିଥିବା ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ଓ ହେଡ୍‌ କନେଷ୍ଟବଲ ପଦବୀ ପାଇଁ କୋଟା ଅନୁସାରେ ଦରଖାସ୍ତ ଆହ୍ୱାନ କରାଯାଉଛି। ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ୨୦୧୮ ଜାନୁଆରୀ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ। କିପରି ଆବେଦନ କରିବେ ଆସନ୍ତୁ ଜାଣିବା।

ଖାଲି ଥିବା ପଦବୀ ସଂଖ୍ୟା: ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ପାଇଁ ୩୧ଟି ପଦବୀ ଖାଲି ରହିଛି। ସେହିଭଳି ହେଡ୍ କନେଷ୍ଟବଲ ପାଇଁ ୮୭ଟି  ପଦବୀ ଖାଲି ଥିବା ବେଳେ ମୋଟ୍ ୧୧୮ଟି ପଦବୀ ପାଇଁ ସର୍ବଭାରତୀୟ ସ୍ତରରେ ଦରଖାସ୍ତ ଆହ୍ୱାନ କରାଯାଇଛି। ଉଭୟ ଚାକିରି ପାଇଁ ୫୨୦୦ରୁ ୨୦୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଧାର୍ଯ୍ୟ କରାଯାଇଛି

ଯୋଗ୍ୟତା: ଆବେଦନକାରୀ ମାନ୍ୟତା ପ୍ରାପ୍ତ କଲେଜ୍‌ରୁ ଗ୍ରାଜୁଏସନ୍ ପାସ କରିଥିବା ଦରକାର। ସବ୍‌ ଇନ୍‌ସ୍ପେକ୍ଟର ପଦବୀ ପାଇଁ ବୟସ ସୀମା ୨୦ରୁ ୨୫ ବର୍ଷ ରଖାଯାଇଛି। ସେହିପରି ହେଡ୍ କନେଷ୍ଟବଲ ପାଇଁ ୧୮ରୁ ୨୩ ବର୍ଷ ବୟସ ସୀମା ରଖାଯାଇଛି। ଏଥିରେ ପରୀକ୍ଷାମୂଳକ ଭାବେ ଆବେଦନକାରୀଙ୍କ ଚୟନ କରାଯିବ।

କିପରି ଆବେଦନ କରିବେ: ଇଚ୍ଛୁକ ପ୍ରାର୍ଥୀ ସମସ୍ତ ପ୍ରମାଣପତ୍ର ସହିତ ସିଆଇଏସ୍‌ଏଫ୍‌ର ସରକାରୀ ୱେବସାଇଟ୍‌କୁ ଯାଇ ଅନଲାଇନ୍‌ ଆବେଦନ କରିପାରିବେ।

ବିଦ୍ର: ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କ ପାଇଁ ଏହା ଆମର ଏକ ପ୍ରୟାସ । ଆବେଦନର ପୂର୍ବରୁ ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ସମ୍ପୃକ୍ତ ୱେବସାଇଟ୍‌ରେ ଯାଞ୍ଚ କରନ୍ତୁ। ଯାଞ୍ଚ ପରେ ହିଁ ଆବେଦନ କରନ୍ତୁ । ଏହା କେବଳ ତଥ୍ୟ ସମ୍ପର୍କିତ ଏକ ଖବର ମାତ୍ର। ଯଦି ବିନା ଯାଞ୍ଚରେ ଆବେଦନ କରି  କେହି ଅସୁବିଧାରେ ପଡ଼ନ୍ତି ସେଥିପାଇଁ ଓଡ଼ିଶା ରିପୋର୍ଟର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

Related story