୮ ମାସର ଟାର୍ଗେଟ: ବିକାଶ ଓ ଲୋକଙ୍କ ସହ ଯୋଡ଼ି ହୁଅ
Ordigital Desk
• Published: Saturday, 28 October 2017
• , Updated: 28 October 2017, 08:06 PM IST
ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସମାଜର ଶେଷର ବର୍ଗର ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ମାନସମନ୍ଥନ ହୋଇଥିଲା। ଏଥିରେ  ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ସବୁ ବିଭାଗର ସଚିବ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ। ପ୍ରଥମେ ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ସଫଳ ଯୋଜନା ସଂପର୍କରେ ଅବଗତ କରାଇବା ପରେ ହୋଇଥିଲା ଆଲୋଚନା।
ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୮ ମାସ ସମୟ ଦେଇଛନ୍ତି। ମାସେ ପରେ ବିଭାଗଗୁଡ଼ିକର ପ୍ରଦର୍ଶନ ନେଇ ସମୀକ୍ଷା କରାଯିବ। ମାସର ପ୍ରଥମ ସପ୍ତାହରେ ସଚିବମାନେ ୪ ଦିନ ଜିଲ୍ଲା ପରିଦର୍ଶନ କରି ସରକାରଙ୍କର ପ୍ରମୁଖ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାର ସମୀକ୍ଷା କରିବେ। ତେବେ କେବଳ ଜିଲ୍ଲାପାଳ ନୁହେଁ ବ୍ଲକସ୍ତରୀୟ ଅଧିକାରୀଙ୍କଠୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବାକୁ ଯିବେ ବୋଲି ଜିଲ୍ଲାପାଳ ସମ୍ମଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗରିବ ମୁକ୍ତ ଓଡିଶା ଦିଗରେ କାମ କରିବାକୁ ପରାମର୍ଶ ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢୀ।
ମମତା, ବିଜୁ ପକ୍କାଘର, ଲିଫଟ୍ ଇରିଗେସନ୍, ନିରାମୟ, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା ଆଇନ ଭଳି ୧୨ଟି ଯୋଜନା ଉପରେ ଆଲୋଚନା ହୋଇଥିଲା। ଯୋଜନା ଗୁଡ଼ିକ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାହା ଉପରେ ଆଲୋଚନା ହୋଇଥିଲା।
ଗତ ଜୁନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମଳନୀରେ ୩ଟି ଟି-ଟେକ୍ନୋଲୋଜି, ଟ୍ରାନଫରେନ୍ସି, ଟିମ୍ ଓ୍ୱାର୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା।  ପିସି କାରବାର ବନ୍ଦ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗତଥର ସମ୍ମିଳନୀରେ ଜିଲ୍ଲାପାଳଙ୍କୁ ଆହ୍ୱାନ ଦେଇଥିଲେ। ତେବେ ସାଧାରଣ ନିର୍ବାଚନ ପାଇଁ ହାତରେ କମ ସମୟ ଥିବାରୁ ବିକାଶ ଓ ଲୋକଙ୍କ ସହ ସରକାରୀ ଅଧିକାରୀ ଯୋଡି ହେବା ଉପରେ ଅଧିକ ଫୋକସ୍ କରାଯାଇଥିବା କୁହାଯାଉଛି।
Related story