ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେ ୫ ଦିନିଆ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବେ। ନୂଆଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ,“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇବି। ତା’ସହିତ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦେବା ପାଇଁ ମଧ୍ୟ ଦାବି କରିବି।” ଦିଲ୍ଲୀରେ ସେ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ବୋଲି […]

naveen

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 01:37 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେ ୫ ଦିନିଆ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବେ।

ନୂଆଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ,“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇବି। ତା’ସହିତ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦେବା ପାଇଁ ମଧ୍ୟ ଦାବି କରିବି।”

ଦିଲ୍ଲୀରେ ସେ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁ ମନ୍ତ୍ରୀମାନଙ୍କୁ ସେ ଭେଟିବେ ସେନେଇ କିଛି କହି ନାହାନ୍ତି।

ଅନ୍ୟପକ୍ଷରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ଅଣ ବିଜେପି ଦଳର ମୁଖିଆଙ୍କ ସହିତ ମୁଖ୍ୟମନ୍ତ୍ରୀ ମାନସମନ୍ଥନ କରିପାରନ୍ତି ବୋଲି ଆଲୋଚନା ହେଉଛି।

ତେବେ ରାଷ୍ଟ୍ରପତି ନିର୍ବାଚନ ନେଇ ତାଙ୍କ ଦଳ ଏବେ କୌଣସି ଯୋଜନା କରି ନାହିଁ ବୋଲି ନବୀନ କହିଛନ୍ତି। ତା’ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ଏବେ ଆଲୋଚନା କରିବା ନେଇ ମଧ୍ୟ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

ଦିଲ୍ଲୀ ଗସ୍ତ ସାରି ୨୬ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ। ଚଳିତ ମାସରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଦିଲ୍ଲୀ ଗସ୍ତ।

Related story