ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କନ୍ଧମାଳ ଫିରିଙ୍ଗିଆ ଥାନା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁ ହୋଇଛି। ଏବେ ଦିଲ୍ଲୀର ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଅର୍ଥ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ନିୟମାବଳୀ ଅନୁଯାୟୀ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ଏହି ଅର୍ଥ ପ୍ରଦାନ […]

joint-head

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 09:53 PM IST

ଭୁବନେଶ୍ୱର: କନ୍ଧମାଳ ଫିରିଙ୍ଗିଆ ଥାନା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁ ହୋଇଛି। ଏବେ ଦିଲ୍ଲୀର ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଚିକିତ୍ସିତ ହେଉଛନ୍ତି।

ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଅର୍ଥ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ନିୟମାବଳୀ ଅନୁଯାୟୀ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ।

Related story