ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ବିରୋଧୀ: ବିଜେପି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା ଟେକ୍ନିକାଲ୍‌ ଏକ୍ସପର୍ଟ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ବୋଲି ଦଳ ଅଭିଯୋଗ କରିଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ କମିଟିକୁ ବିଶ୍ୱାସ କରନ୍ତି ନାହିଁ। ମହାନଦୀକୁ ନେଇ ସେ ଦଳୀୟ ରାଜନୀତି କରିବାକୁ ଚାହୁଁଛନ୍ତି। ସବୁ ବିଧାୟକ ଏକତ୍ରିତ ହୋଇ ଓଡ଼ିଶାର ସ୍ୱାର୍ଥ ରକ୍ଷା […]

bjp

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 06:04 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା ଟେକ୍ନିକାଲ୍‌ ଏକ୍ସପର୍ଟ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ବୋଲି ଦଳ ଅଭିଯୋଗ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ କମିଟିକୁ ବିଶ୍ୱାସ କରନ୍ତି ନାହିଁ। ମହାନଦୀକୁ ନେଇ ସେ ଦଳୀୟ ରାଜନୀତି କରିବାକୁ ଚାହୁଁଛନ୍ତି। ସବୁ ବିଧାୟକ ଏକତ୍ରିତ ହୋଇ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲୁ, ହେଲେ ମୁଖ୍ୟମନ୍ତ୍ରୀ ଶୁଣିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ସ୍ୱର ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ କେବେ କାହାକୁ ବିଶ୍ୱାସ କରନ୍ତି ନାହିଁ। ପ୍ରଶାସନ କହୁଥିବା କଥାକୁ ଦଳର ପ୍ରବକ୍ତାମାନେ ଦୋହରାଉଛନ୍ତି। ମହାନଦୀ ପ୍ରସଙ୍ଗରେ ଦଳର ପୁରୁଖା ନେତା ଦାମୋଦର ରାଉତଙ୍କୁ କହିବାକୁ ସୁଯୋଗ ନ ମିଳିବା ଦୁର୍ଭାଗ୍ୟଜନକ। ମହାନଦୀ ପ୍ରସଙ୍ଗରେ ଯେଉଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ସେଥିରୁ କିଛି ଲାଭ ହେଲାନାହିଁ। ଆଇନଗତ ବ୍ୟବସ୍ଥା ଛଡା ଆଉ କୌଣସି ବାଟ ଖୋଲା ନାହିଁ।”

ସେ ଆହୁରି କହିଛନ୍ତି,“ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀକୁ ନେଇ ସାଲିସ୍‌ କରାଯିବ ନାହିଁ। ଅଣ ମୌସୁମୀରରେ ମହାନଦୀର ଜଳ ପ୍ରବାହରେ ଯେପରି ବିଭ୍ରାଟ୍‌ ନ ଘଟିବ ସେଥିପାଇଁ ବିଜେପି ପ୍ରତିଶ୍ରୁତି  ବଦ୍ଧ।”

ବିଜେଡିର ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସବୁବେଳେ ଅଙ୍ଗିକାର ବଦ୍ଧ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ପାଣି ରୋକିବାକୁ ଛତିଶଗଡ଼କୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି। ଶେଷ ପର୍ଯ୍ୟନ୍ତ ଆମେ ଲଢେଇ କରିବୁ। କଂଗ୍ରେସ ହେଉ କି ବିଜେପି ଅତୀତରେ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସହଯୋଗ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଆମେ ଓଡ଼ିଶାବାସୀଙ୍କ ସହ ମିଶି ଲଢେଇ ଜାରି ରଖିବୁ।”

Related story