କୋଇଲା ପରିବହନ ପ୍ରସଙ୍ଗ: ସୁନ୍ଦରଗଡ଼ରେ ୨୪ ଘଣ୍ଟିଆ ବନ୍ଦ ପାଳନ, ୮ଟି ସ୍ଥାନରେ ୧୪୪ ଧାରା ଜାରି

ସୁନ୍ଦରଗଡ଼: ମଲଟି ଏକ୍ସେଲ ଟ୍ରକ ଯୋଗେ କୋଇଲା ପରିବହନକୁ ବିରୋଧ କରି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ସମେତ ତିନୋଟି ସଂଘ ପକ୍ଷରୁ ଶନିବାର ସହରରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁଁ ସହରର ଦୋକାନ ବଜାର ବନ୍ଦ ରହିଛି। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। କିଛିଟା ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲା ରହିଛି। ଅନ୍ୟପଟେ ପୋଲିସ ପକ୍ଷରୁ ବିଭିନ୍ନ ଛକ ଏବଂ […]

sundaragarh

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 03:47 AM IST

ସୁନ୍ଦରଗଡ଼: ମଲଟି ଏକ୍ସେଲ ଟ୍ରକ ଯୋଗେ କୋଇଲା ପରିବହନକୁ ବିରୋଧ କରି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ସମେତ ତିନୋଟି ସଂଘ ପକ୍ଷରୁ ଶନିବାର ସହରରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁଁ ସହରର ଦୋକାନ ବଜାର ବନ୍ଦ ରହିଛି। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। କିଛିଟା ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲା ରହିଛି। ଅନ୍ୟପଟେ ପୋଲିସ ପକ୍ଷରୁ ବିଭିନ୍ନ ଛକ ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ସହରର ତିନୋଟି ପ୍ରମୁଖ ଏଣ୍ଟ୍ରି ପଏଣ୍ଟ ରାଣିବଗିଚା ବାଇପାସ, ଟୋଲଗେଟ୍ ବାଇପାସ୍, କଲେଜ ବାଇପାସ୍ ସମେତ ଉଜ୍ଜଲପୁର, ବାଙ୍କିବାହାଲ, କୋଇଲା ଖଣି ଅଞ୍ଚଳ, ଗୋପାଲପୁର ଏବଂ ବିଲେଇମୁଣ୍ଡାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଛି। ପ୍ରତିଶେଧକମୂକଳ ବ୍ୟବସ୍ଥା ସ୍ୱରୂପ ଗତକାଲି ରାତିରେ ଟ୍ରକ ମାଲିକ ସଂଘ ସଭାପତି ଜ୍ଞାନରଞ୍ଜନ ହୋତାଙ୍କୁ ପୋଲିସ୍ ଗିରଫ କରିଛି। ଗତ ୪୦ ଦିନରୁ ଟ୍ରକ ମାଲିକ ସଂଘ ସମେତ ୩ଟି ସଂଘ ପକ୍ଷରୁ ଝାରସୁଗୁଡ଼ା ସ୍ଥିତ ଭୂଷଣ ଷ୍ଟିଲ ଓ ପାୱାର କଂପାନୀକୁ ମଲଟି ଏକ୍ସେଲ ଟ୍ରକ ଯୋଗେ କୋଇଲା ପରିବହନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରଶାସନ କୌଣସି ଦାବିକୁ ନ ଶୁଣିବା ଯୋଗୁଁ ବାଧ୍ୟ ହୋଇ ଏହି ବନ୍ଦ ଡାକରା ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

Related story