ମାନବିକତାର ବି ମୂଲ୍ୟ ଅଛି: ଦୁର୍ଘଟଣା ଗ୍ରସ୍ତଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଲେ ପୋଲିସ ଦେବ ପୁରସ୍କାର

ଭୁବନେଶ୍ୱର: ମାନବିକତାର ବି ମୂଲ୍ୟ ଅଛି। ଯିଏ ମାନବିକତା ଦେଖାଉଛି ସେ ପୁରସ୍କାର ପାଇବାକୁ ହକଦାର। ଏବେ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି କମିଶନରେଟ୍‌ ପୋଲିସ୍‌। ଦୁର୍ଘଟଣା ଘଟିଲେ ତୁରନ୍ତ ସାହାଯ୍ୟ ଯୋଗାଉ ଥିବା ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ପକ୍ଷରୁ ମିଳିବ ୧୦୦୦ ଟଙ୍କା ଦିଆଯିବା ସହ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯିବ। ସେହିପରି ନିଃସହାୟଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ଥାନାକୁ ଦିଆଯିବ ଅଗ୍ରୀମ ୧୦,୦୦୦ ଟଙ୍କା। ବହୁ ସମୟରେ ଦେଖିବାକୁ ମିଳୁଛି ଦୁର୍ଘଟଣାରେ […]

POLICE-COMMISSIONER-OFFICE

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 09:38 PM IST

ଭୁବନେଶ୍ୱର: ମାନବିକତାର ବି ମୂଲ୍ୟ ଅଛି। ଯିଏ ମାନବିକତା ଦେଖାଉଛି ସେ ପୁରସ୍କାର ପାଇବାକୁ ହକଦାର। ଏବେ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି କମିଶନରେଟ୍‌ ପୋଲିସ୍‌। ଦୁର୍ଘଟଣା ଘଟିଲେ ତୁରନ୍ତ ସାହାଯ୍ୟ ଯୋଗାଉ ଥିବା ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ପକ୍ଷରୁ ମିଳିବ ୧୦୦୦ ଟଙ୍କା ଦିଆଯିବା ସହ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯିବ। ସେହିପରି ନିଃସହାୟଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ଥାନାକୁ ଦିଆଯିବ ଅଗ୍ରୀମ ୧୦,୦୦୦ ଟଙ୍କା।

ବହୁ ସମୟରେ ଦେଖିବାକୁ ମିଳୁଛି ଦୁର୍ଘଟଣାରେ ଆହତ ବ୍ୟକ୍ତି ରାସ୍ତାରେ ପଡି ରହିଥିଲେ ମଧ୍ୟ କେହି ସାହାଯ୍ୟ ପାଇଁ ଆଗେଇ ଆସି ନ ଥାନ୍ତି। ଲୋକଙ୍କ ମଧ୍ୟରେ ଧାରଣା ରହିଛି କାହାକୁ ସାହାଯ୍ୟ କରି ମେଡିକାଲ ନେଇ କାହିଁକି ଅଯଥା ଥାନା, ପୋଲିସ ଚକ୍କରରେ ପଡିବା। ଯଦି ଆହତ ବ୍ୟକ୍ତି ମରିଗଲା ତେବେ ଆହୁରି ସମସ୍ୟା। ବହୁ ସମୟରେ ସାହାଯ୍ୟ କରିଥିବା ବ୍ୟକ୍ତି ହଇରାଣ ହେବାର ବହୁ ନଜିର ରହିଛି। ଏପରି ସ୍ଥିତିରେ କମିଶନରେଟ୍‌ ପୋଲିସ ଏହି ନୂଆ ଅଭିଯାନ ଆରମ୍ଭ କରିଛି।

ସାହାଯ୍ୟକାରୀଙ୍କୁ ଥାନାରେ ଅଯଥା ହଇରାଣ ହେବାକୁ ପଡିବ ନାହିଁ ବୋଲି ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ ଭରସା ଦେଇଛନ୍ତି।

ସେହିଭଳି ନିରାଶ୍ରୟ ଓ ନିଃସହାୟ ଲୋକଙ୍କୁ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ସାହାଯ୍ୟ କରାଯିବ। ଏଥିପାଇଁ ପ୍ରତି ଥାନାକୁ ଅଗ୍ରୀମ ଆକାରରେ ୧୦,୦୦୦ ଟଙ୍କା ଦିଆଯିବ। ଏହାଛଡା ୧୦୦ ଜଣ ଥାଲେସିମିଆ ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରାଯିବ। ଏହି ଅର୍ଥ କମିଶନରେଟ ପୋଲିସର ଅଞ୍ଚଳିକ ରେଡକ୍ରସ ସୋସାଇଟି ତରଫରୁ ଦିଆଯିବ। ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related story