ପୁଣି ପିସିସି ମନ୍ଥନ:ରାହୁଲଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ରାଜ୍ୟ ନେତା

Ordigital Desk
  • Published: Monday, 04 September 2017
  • , Updated: 04 September 2017, 12:03 PM IST
<p>ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଡାକରା ପରେ ଆଜି ଦିଲ୍ଲୀ ଯାଇଛନ୍ତି କଂଗ୍ରେସ ନେତା। ପ୍ରଥମ ପର୍ଯ୍ୟାୟରେ ୨ନେତା ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ରାଜ୍ୟ କଂଗ୍ରେସର ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଦିଲ୍ଲୀ ଯାଇଛନ୍ତି।&nbsp; ଆସନ୍ତାକାଲି ଆଉ କିଛି ନେତା ଦିଲ୍ଲୀ ଯିବାର ସମ୍ଭାବନା ରହିଛି।</p> <p>ପିସିସି ସଭାପତି ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଏହି ନେତାମାନଙ୍କ ଆଲୋଚନା ହୋଇପାରେ। ନିକଟରେ ଏଆଇସିସି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଦିଲ୍ଲୀରୁ ରାଜ୍ୟ କଂଗ୍ରେସ ନେତାଙ୍କୁ ଡାକରା ଆସିଛି।</p> <p>ରାଜ୍ୟ କଂଗ୍ରେସରର କଳି ତୁଟାଇ ପାଇଁ କିଛି ଦିନ ପୂର୍ବରୁ ୩ ଜଣିଆ ଏଆଇସିସି ପ଼ର୍ଯ୍ୟବେକ୍ଷକ ଟିମ୍&zwnj; ଭୁବନେଶ୍ୱର ଆସିଥିଲେ। ଏହି ତିନି ଜଣିଆ ଟିମ୍ ଉଭୟ ବରିଷ୍ଠ ଓ ଜିଲ୍ଲା ସ୍ତରର ନେତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଧାୟକମାନଙ୍କୁ ଭେଟି ମତାମତ ସଂଗ୍ରହ କରିଥିଲେ। ବିଶେଷ କରି ପିସିସି ମଙ୍ଗୁଆଳ ପରିବର୍ତ୍ତନ ସାଙ୍ଗକୁ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ମତାମତ ସଂଗ୍ରହ କରି ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ।</p> <p>ରାଜ୍ୟ କଂଗ୍ରେସ &nbsp;ସହ ପ୍ରଭାରୀ ଶୁଭଙ୍କର ସରକାର କହିଛନ୍ତି,&ldquo;୩୦ରୁ ଅଧିକ ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧି ଦିଲ୍ଲୀ ଡାକିଛନ୍ତି। ଆସନ୍ତାକାଲି ପ୍ରାୟ ସାଢ଼େ ୯ଟା ବେଳେ ରାହୁଲ ଗାନ୍ଧି ସବୁ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ। କ&rsquo;ଣ ପାଇଁ ଡକରା ହୋଇଛି ଆମକୁ କୁହାଯାଇନାହିଁ। ଅଲୋଚନା ପରେ ସବୁ ଜଣାପଡ଼ିବ।&rdquo;</p>

Related story