ରେଜଲ୍ଟ ବିଭ୍ରାଟ: ସିବିଏସଇ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କଲେ ହାଇକୋର୍ଟ

କଟକ:ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟ ଘଟଣାରେ ସିବିଏସଇ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ।   ଓଡ଼ିଶା ହାଇକୋର୍ଟ ଆଜି ନିଜ ଆଡ଼ୁ ଏହି ମାମଲା ଦାଏର କରିଛନ୍ତି ।  ଅଦାଲତ ଅବମାନନା ଅଭିଯୋଗରେ ସିବିଏସଇ ଦିଲ୍ଲୀ ମୁଖ୍ୟାଳୟର ଯୁଗ୍ମ ସଚିବ-ଏକାଡେମୀ ମନୋଜ ଶ୍ରୀବାସ୍ତବଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଘଟଣାରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିଭଳି ୧୮ ପିଲାଙ୍କ ଖାତା ପୁନଃ […]

highcourt

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 05:26 PM IST

କଟକ:ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟ ଘଟଣାରେ ସିବିଏସଇ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ।   ଓଡ଼ିଶା ହାଇକୋର୍ଟ ଆଜି ନିଜ ଆଡ଼ୁ ଏହି ମାମଲା ଦାଏର କରିଛନ୍ତି ।  ଅଦାଲତ ଅବମାନନା ଅଭିଯୋଗରେ ସିବିଏସଇ ଦିଲ୍ଲୀ ମୁଖ୍ୟାଳୟର ଯୁଗ୍ମ ସଚିବ-ଏକାଡେମୀ ମନୋଜ ଶ୍ରୀବାସ୍ତବଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଘଟଣାରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସେହିଭଳି ୧୮ ପିଲାଙ୍କ ଖାତା ପୁନଃ ମୂଲ୍ୟାୟନ ପ୍ରସଙ୍ଗରେ ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ଉତ୍ତରଖାତା, ଅନ୍ୟ ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ।  ସେପଟେ ଅଭିଭାବକ ସଂଘ ହାଇକୋର୍ଟଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି। ଆଜିକୁ ଘଟଣାର ୧୮ ଦିନ ବିତିଯାଇଥିଲେ ବି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳି ନ ଥିବାରୁ ଆଗକୁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇପାରେ ସଂଘ । ତା’ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଦାବି କରିବ ସଂଘ।

Related story