ଷ୍ଟେସନ ୱାଇଫାଇରେ ପାଠ ପଢି ଦେଇଥିଲେ ପରୀକ୍ଷା

ଥିରୁଅନନ୍ତପୁରମ: ମୁଣ୍ଡରେ ଲଦା ହୋଇଥିବା ବୋଝ କେବେ ତାଙ୍କୁ ପଢିବାରେ ବାଧା ସୃଷ୍ଟିକରିନି। ଷ୍ଟେସନର ଗହଳିଚହଳି କେବେ ତାଙ୍କୁ ଲକ୍ଷଭ୍ରଷ୍ଟ କରିନି। ବୃତ୍ତିରେ ସେ ଜଣେ କୁଲି, ତଥାପି ମନରେ ବଡ଼ ବଡ଼ ସ୍ୱପ୍ନ ରଖି ସେ ଚାଲନ୍ତି। ଇଚ୍ଛା ଥାଏ ଜଣେ ପ୍ରଶାସନିକ ଅଧିକାରୀ ହେବେ। ଆଉ ସେଇଟି ହିଁ ହେଲା। ପ୍ରଶାସନିକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କେରଳର ଜଣେ କୁଲି ଶ୍ରୀନାଥ। କେରଳ ଏର୍ଣ୍ଣାକୁଲମ୍‌ ଷ୍ଟେସନରେ ସେ କାମ କରନ୍ତି। ପଢିବା ପାଇଁ […]

coli final

coli final

Rakesh Mallick
  • Published: Friday, 11 May 2018
  • Updated: 11 May 2018, 03:35 PM IST

Sports

Latest News

ଥିରୁଅନନ୍ତପୁରମ: ମୁଣ୍ଡରେ ଲଦା ହୋଇଥିବା ବୋଝ କେବେ ତାଙ୍କୁ ପଢିବାରେ ବାଧା ସୃଷ୍ଟିକରିନି। ଷ୍ଟେସନର ଗହଳିଚହଳି କେବେ ତାଙ୍କୁ ଲକ୍ଷଭ୍ରଷ୍ଟ କରିନି। ବୃତ୍ତିରେ ସେ ଜଣେ କୁଲି, ତଥାପି ମନରେ ବଡ଼ ବଡ଼ ସ୍ୱପ୍ନ ରଖି ସେ ଚାଲନ୍ତି। ଇଚ୍ଛା ଥାଏ ଜଣେ ପ୍ରଶାସନିକ ଅଧିକାରୀ ହେବେ। ଆଉ ସେଇଟି ହିଁ ହେଲା। ପ୍ରଶାସନିକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କେରଳର ଜଣେ କୁଲି ଶ୍ରୀନାଥ। କେରଳ ଏର୍ଣ୍ଣାକୁଲମ୍‌ ଷ୍ଟେସନରେ ସେ କାମ କରନ୍ତି। ପଢିବା ପାଇଁ ପାଖରେ ପଇସା ନ ଥିଲା। ତେଣୁ ଷ୍ଟସନରେ ଉପଲବ୍ଧ ଥିବା ଫ୍ରି ୱାଇଫାଇକୁ ବ୍ୟବହାର କରି ସେ ପାଠ ପଢୁଥିଲେ। ଯଦି ସାକ୍ଷାତକାରରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଭୂମି ରାଜସ୍ୱ ବିଭାଗରେ ଭିଲେଜ୍‌ ଫିଲ୍ଡ ଆସିଷ୍ଟାଣ୍ଡ ପଦରେ ନିଯୁକ୍ତି ପାଇବେ।

ତୃତୀୟ ଉଦ୍ୟମରେ ମିଳିଲା ସଫଳତା

କେରଳର ମୁନ୍ନାର ସହରରେ ରୁହନ୍ତି ଶ୍ରୀନାଥ। ତୃତୀୟ ଥର ପାଇଁ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇଥିଲେ। ପଢିବାପାଇଁ ପାଖରେ ବହି କି ଖାତା ନ ଥିଲା। ଏତେ ପଇସା ବି ନ ଥିଲେ ଯେ ସେ କେଉଁ କୋଚିଂ କ୍ଳାସ ଯାଇପାରିଥାନ୍ତେ। ତଥାପି ମନରେ ଜିଦ୍‌ ଯେ ସେ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ତେଣୁ ନିଜର ସମସ୍ତ ଚେଷ୍ଟା ଓ ଉଦ୍ୟମ ଲଗାଇଦେଲେ ପଢିବାରେ। ଯେତେବେଳେ ସେ ଲୋକଙ୍କ ବ୍ୟାଗର ବୋଝକୁ ବୋହୁଥିଲେ ସେତେବେଳେ ଷ୍ଟେସନର ଫ୍ରି ୱାଇଫାଇକୁ ବ୍ୟବହାର କରି ବିଭିନ୍ନ ବିଷୟରେ ଲେକ୍ଚର ଶୁଣୁଥିଲେ ଏବଂ ରାତିରେ ଘରକୁ ଯିବା ପରେ ସେ ସବୁ ରିଭାଇଜ୍‌ କରୁଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos