ଜାଣିଛନ୍ତି କି ଆପଣଙ୍କ ବିୟୁଟି ପ୍ରଡକ୍ଟର ଆୟୁଷ କେତେ?

ସବୁ ଝିଅ ମେକ୍‌ଅପ କରିବାକୁ ଭଲ ପାଆନ୍ତି। ସେ କଲେଜ ହେଉ କି ଅଫିସ୍ କିମ୍ବା କୌଣସି ପାର୍ଟି ହେଉ କି ସାଙ୍ଗମାନଙ୍କ ସହ ଆଉଟିଂ, ସବୁ ଜାଗାରେ ଝିଅମାନେ ଅଲଗା ଅଲଗା ମେକ୍‌ଅପ୍ କରି ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଆପଣ ମଧ୍ୟ କରୁଥିବେ। ହେଲେ ଆପଣ ଜାଣନ୍ତି କି ଆପଣ ବ୍ୟବହାର କରୁଥିବା କାଜଲ, ଲିପ୍‌ଷ୍ଟିକ୍, ମସ୍କରା, ମଶ୍ଚରାଇଜର ଓ ନେଲ୍‌ପଲିସ୍ ବ୍ୟବହାର ଉପଯୋଗୀ କି ନାହିଁ? ଆପଣ ଜାଣନ୍ତି କି ଏହା ଭଲ ଅଛି […]

makeup

makeup

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 11:29 AM IST

Sports

Latest News

ସବୁ ଝିଅ ମେକ୍‌ଅପ କରିବାକୁ ଭଲ ପାଆନ୍ତି। ସେ କଲେଜ ହେଉ କି ଅଫିସ୍ କିମ୍ବା କୌଣସି ପାର୍ଟି ହେଉ କି ସାଙ୍ଗମାନଙ୍କ ସହ ଆଉଟିଂ, ସବୁ ଜାଗାରେ ଝିଅମାନେ ଅଲଗା ଅଲଗା ମେକ୍‌ଅପ୍ କରି ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଆପଣ ମଧ୍ୟ କରୁଥିବେ। ହେଲେ ଆପଣ ଜାଣନ୍ତି କି ଆପଣ ବ୍ୟବହାର କରୁଥିବା କାଜଲ, ଲିପ୍‌ଷ୍ଟିକ୍, ମସ୍କରା, ମଶ୍ଚରାଇଜର ଓ ନେଲ୍‌ପଲିସ୍ ବ୍ୟବହାର ଉପଯୋଗୀ କି ନାହିଁ? ଆପଣ ଜାଣନ୍ତି କି ଏହା ଭଲ ଅଛି ନା ଖରାପ ହୋଇଗଲାଣି? ଯଦି ଭଲ ଅଛି, ତେବେ ଆଉ କେତେଦିନ ବ୍ୟବହାର କରିହେବ?

ବାସ୍ତବରେ ଆମେ ବ୍ୟବହାର କରୁଥିବା ବିୟୁଟି ପ୍ରଡକ୍ଟ ଗୁଡ଼ିକ ଏତେ ଦିନ ବ୍ୟବହାର ଉପଯୋଗୀ ନୁହେଁ ଯେତେ ଆମେ ଭାବିଥାଉ। ପ୍ରଡକ୍ଟ ଯଦି ନନ୍‌ବ୍ରାଣ୍ଡେଡ୍ ହୁଏ ତେବେ ତାହା ଆହୁରି ଜଲଦି ଖରାପ ହୋଇଯାଏ। ବେଳେ ବେଳେ ଆମେ ଗୋଟିଏ ପ୍ରଡକ୍ଟକୁ ପାଖାପାଖି ବର୍ଷେ କିମ୍ବା ତା’ଠୁ ଅଧୀକ ଦିନ ବ୍ୟବହାର କରିଥାଉ। ହେଲେ ଏହା କେତେ କ୍ଷତିକାରକ ଆପଣ ଜାଣନ୍ତି କି?

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ନେଚୁରାଲ କିମ୍ବା ଅର୍ଗାନିକ୍ ଶ୍ରେଣୀର ପ୍ରଡକ୍ଟ ଗୁଡ଼ିକ ଖରାପ ହେବା ଆଶଂକା ଅଧିକ ଥାଏ। ଏହା ବ୍ୟତୀତ ଟ୍ୟୁବରେ ଆସୁଥିବା କ୍ରିମ୍ ଅପେକ୍ଷା ଚଉଡ଼ା ମୁହଁ ବାଲା ବୋତଲରେ ଆସୁଥିବା କ୍ରିମ୍ ଶୀଘ୍ର ଖରାପ ହୋଇଯାଏ। କାରଣ କ୍ରିମ୍ ଜାର୍‌ର ମୁହଁ ଚଉଡ଼ା ହୋଇଥିବାରୁ ଏଥିରେ ପବନ ପଶିଯାଏ। କିନ୍ତୁ ଟ୍ୟୁବ୍‌ରେ ଏତେ ସହଜରେ ପବନ ପଶିପାରେ ନାହିଁ। ଏହା ବ୍ୟତୀତ କ୍ରିମ୍‌ରେ ବାରମ୍ବାର ଆଙ୍ଗୁଳି ପଶେଇଲେ ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ୍ ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହି ଶ୍ରେଣୀରେ ସନସ୍କ୍ରିନ୍ ଲୋଶନ୍ ମଧ୍ୟ ସାମିଲ ଅଛି। କିଛି ଲୋକେ ଗୋଟିଏ ସନ୍‌ସ୍କ୍ରିନ୍ ଲୋଶନ୍‌କୁ ଖରାଦିନରେ ବ୍ୟବହାର କରିବା ପରେ ପୁଣି ତା’ପର ବର୍ଷ ବ୍ୟବହାର କରିଥାନ୍ତି। ହେଲେ ଏହା ଆପଣଙ୍କ ଚେହେରାକୁ ଖରାପ କରିପାରେ।

ବିୟୁଟି ଏକ୍ସପର୍ଟଙ୍କ ଅନୁଯାୟୀ ବିୟୁଟି ପ୍ରଡକ୍ଟ ଗୁଡ଼ିକ ଥରେ ଖୋଲା ହେବା ପରେ ଏହାର ଜୀବନ ବହୁତ କମ୍ ଦିନ ରହିଯାଏ। ତେବେ ଆସନ୍ତୁ ଜାଣିବା ଥରେ ଖୋଲା ହେବା ପରେ କେଉଁ ବିୟୁଟି ପ୍ରଡକ୍ଟ କେତେଦିନ ବ୍ୟବହାର କରିହେବ।

ସନ୍‌ସ୍କ୍ରିନ୍- ୬ ମାସ

ନେଲ୍ ପଲିସ୍- ୬ ମାସ

ମଶ୍ଚରାଇଜର- ୬ ମାସ

ଲିପଷ୍ଟିକ୍ ଓ ଗ୍ଲସ୍-  ୧ବର୍ଷ

ଡିଓଡ୍ରେଣ୍ଟ- ୬ ମାସ

ମେକ୍‌ଅପ୍ ଫାଉଣ୍ଡେସନ୍- ୬ ମାସ

ମସ୍କାରା ଓ ଲିକ୍ୱିଡ଼ ଆଇଲାଇନର- ୩ ମାସ

ନେଲ ପଲିସ୍ ରିମୁଭର-  ଖରାପ ହୁଏନି

ଶାମ୍ପୁ ଓ କଣ୍ଡସନର- ୬ ମାସ

ଆଇ ଓ ଲିପ୍ ପେନ୍‌ସିଲ୍- ଖରାପ ହୁଏ ନାହିଁ

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos