ଏମିତି ଗାଁ, ଯେଉଁଠି ବୁଲା କୁକୁର କୋଟିପତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେବଳ ମଣିଷ ଅର୍ଥ ରୋଜଗାର କରି କୋଟିପତି ହୋଇ ନଥାଏ। ଦୁନିଆରେ ଏମିତି ବହୁ ପ୍ରାଣି ଅଛନ୍ତି ଯେଉଁମାନେ କୋଟିପତି। ଘରର ମାଲିକମାନେ ସେମାନଙ୍କ ନାଁରେ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ଏପରି କଥା ଆପଣ ବହୁତ ଶୁଣିଥିବେ। ତେବେ ଏଭଳି ଘଟଣା ପ୍ରାୟତଃ ବିଦେଶରେ ଦେଖିବାକୁ ମିଳିଥାଏ। ହେଲେ ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ସବୁ କୁକୁର କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏହା […]

dog

dog

Rakesh Mallick
  • Published: Monday, 16 April 2018
  • Updated: 16 April 2018, 08:41 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେବଳ ମଣିଷ ଅର୍ଥ ରୋଜଗାର କରି କୋଟିପତି ହୋଇ ନଥାଏ। ଦୁନିଆରେ ଏମିତି ବହୁ ପ୍ରାଣି ଅଛନ୍ତି ଯେଉଁମାନେ କୋଟିପତି। ଘରର ମାଲିକମାନେ ସେମାନଙ୍କ ନାଁରେ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ଏପରି କଥା ଆପଣ ବହୁତ ଶୁଣିଥିବେ। ତେବେ ଏଭଳି ଘଟଣା ପ୍ରାୟତଃ ବିଦେଶରେ ଦେଖିବାକୁ ମିଳିଥାଏ। ହେଲେ ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ସବୁ କୁକୁର କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏହା ମିଛ ନୁହେଁ କି କାହାଣୀ ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି କୁକୁରଙ୍କୁ କେହି ପାଳି ନାହାଁନ୍ତି। ସମସ୍ତେ ବୁଲା କୁକୁର। ଆସନ୍ତୁ ଜାଣିବା ଏହି ଗାଁ ଓ ଏଠାରେ ଥିବା କୋଟିପତି କୁକୁରଙ୍କ ବିଷୟରେ।

ଗୁଜରାଟର ମେହସାଣା ଜିଲ୍ଲାରେ ରହିଛି ପଞ୍ଚୋତ ଗାଁ। ଏହି ଗାଁରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ। ଅଛନ୍ତି ୭୦ଟି ବୁଲା କୁକୁର। ଏମାନଙ୍କୁ ଠିକ୍‌ ସମୟରେ ଖାଇବାକୁ ଦିଆଯାଇଥାଏ। ସବୁଦିନ ଲଡୁ ମଧ୍ୟ ଦିଆଯାଇଥାଏ। ମଜାଦାର କଥା ହେଲେ ଏହି ଖାଦ୍ୟ ଏଠୁ ସେଠୁ ଆସି ନଥାଏ। ଏକ ବହୁତ ବଡ଼ ରୋଷେଇ ଶାଳା ‘ରୋଡଲା ଘର୍‌’ରେ ପ୍ରସ୍ତୁତ କରାଯାଇଥାଏ।

dogକୁକୁର କୋଟିପତି ହେବା ପଛର କାହାଣୀ

ଏହି ଗାଁରେ ଏକ ପୁରୁଣା ପରମ୍ପରା ରହିଛି। ଏହି ପରମ୍ପରା ଅନୁସାରେ ନିଜର କିଛି ଜମି ପଶୁଙ୍କ ନାଁରେ କରାଯାଇଥାଏ। ଏହାଦ୍ୱାରା ପରିବାର ଲୋକଙ୍କ ମଙ୍ଗଳ ହୋଇଥାଏ ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି। ଏହି ଜମିର ଦାୟିତ୍ୱ ଏଠାରେ ଥିବା ସଂସ୍ଥା ‘ମଧ ନି ପତି କୁତାରିୟା ଟ୍ରଷ୍ଟ’ ନେଇଥାଏ। ଏହି ଟ୍ରଷ୍ଟ ପାଖରେ ବର୍ତ୍ତମାନ ୨୧ ଏକର ଜମି ଅଛି। ପୂର୍ବରୁ ଏହି ଜମିର ମୂଲ୍ୟ ବହୁତ କମ ଥିଲା। ହେଲେ ରାଧପୁର-ମେହସାଣା ବାଇପାସ୍‌ ନିର୍ମାଣ ହେବା ପରେ ଏହାର ମୂଲ୍ୟ ବଢ଼ି ଯାଇଛି। ବର୍ତ୍ତମାନ ଏଠାରେ ପ୍ରତି ଏକରର ଜମିର ମୂଲ୍ୟ ୩.୫ କୋଟି ଟଙ୍କା ରହିଛି। ଏହାକୁ ହିସାବ କଲେ କୁକୁରମାନଙ୍କ ନାଁରେ ଥିବା ଜମିର ମୂଲ୍ୟ ୭୩ କୋଟିରୁ ଅଧିକ ଟଙ୍କା ହେଉଛି। ଅର୍ଥାତ ଗାଁରେ ଥିବା ପ୍ରତି କୁକୁର ୧ କୋଟିରୁ ଅଧିକ ଟଙ୍କାର ମାଲିକ।

ଜମିର ମୂଲ୍ୟ ବଢ଼ିଯିବା ପରେ ମାଲିକମାନେ କେବେ ଏହା ଉପରେ ନିଜର ଅଧିକାର ଦାବି କରିନାହାଁନ୍ତି।

ଏହି ଜମିରୁ ରୋଜଗାର ହେଉଥିବା ଅର୍ଥରେ କୁକୁରଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସେମାନଙ୍କ ଭଲ ମନ୍ଦ ପାଇଁ ଖର୍ଚ୍ଚ ହୋଇଥାଏ। ‘ରୋଟାଲ ଘର୍‌’ରେ ଗାଁର ମହିଳାମାନେ ପ୍ରତିଦିନ କୁକୁରମାନଙ୍କ ପାଇଁ ୨୦ରୁ ୩୦ କେଜି ଅଟାରେ ରୁଟି ପ୍ରସ୍ତୁତ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story