ଚିଟ୍‌ଫଣ୍ଡ କେଳେଙ୍କାରୀ: ଆସନ୍ତାକାଲି ୨ୟ ଅନ୍ତରୀଣ ରିପୋର୍ଟ ଦାଖଲ

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌ଏସ୍‌ ଦାସ କମିଶନ ଆସନ୍ତାକାଲି ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ। କମିଶନଙ୍କ ସଚିବ ଦେବରାଜ ରାଉତ ସଚିବାଳୟରେ ରାଜ୍ୟ ଗୃହ ସଚିବ ଅସୀତ ତ୍ରିପାଠୀଙ୍କୁ ଏହି ରିପୋର୍ଟ ପ୍ରଦାନ କରିବେ। କମିଶନ ମୋଟ୍‌ ୬୧,୨୫୨ଟି ସତ୍ୟପାଠ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସତ୍ୟପାଠ ଗୁଡ଼ିକ ମଧ୍ୟରୁ ୧୭୪ଟିରେ ଚିଟ୍‌ଫଣ୍ଡ କମ୍ପାନୀ ନାଁରେ ଅଭିଯୋଗ ରହିଛି। ସମସ୍ତ କମ୍ପାନୀକୁ କମିଶନ ନୋଟିସ୍‌ ଜାରି କରିଥିଲେ। ସେମାନଙ୍କ ମଧ୍ୟରୁ […]

das comm

Rakesh Mallick
  • Published: Thursday, 02 February 2017
  • , Updated: 03 February 2017, 07:19 AM IST

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌ଏସ୍‌ ଦାସ କମିଶନ ଆସନ୍ତାକାଲି ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ। କମିଶନଙ୍କ ସଚିବ ଦେବରାଜ ରାଉତ ସଚିବାଳୟରେ ରାଜ୍ୟ ଗୃହ ସଚିବ ଅସୀତ ତ୍ରିପାଠୀଙ୍କୁ ଏହି ରିପୋର୍ଟ ପ୍ରଦାନ କରିବେ। କମିଶନ ମୋଟ୍‌ ୬୧,୨୫୨ଟି ସତ୍ୟପାଠ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସତ୍ୟପାଠ ଗୁଡ଼ିକ ମଧ୍ୟରୁ ୧୭୪ଟିରେ ଚିଟ୍‌ଫଣ୍ଡ କମ୍ପାନୀ ନାଁରେ ଅଭିଯୋଗ ରହିଛି। ସମସ୍ତ କମ୍ପାନୀକୁ କମିଶନ ନୋଟିସ୍‌ ଜାରି କରିଥିଲେ। ସେମାନଙ୍କ ମଧ୍ୟରୁ ୬୫ଟି କମ୍ପାନୀକୁ ଖବରକାଗଜ ମାଧ୍ୟମରେ କମିଶନ ନୋଟିସ୍‌ ଜାରି କରିଥିଲେ। ସେହିପରି ୨୭ଟି କମ୍ପାନୀର କୌଣସି ତଥ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦେଇପାରିନଥିଲା।

୧୭୪ଟି କମ୍ପାନୀ ମଧ୍ୟରୁ ସି-ସୋରର ସର୍ବାଧିକ ୫୩୯୯ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଏହାଛଡ଼ା  ଅର୍ଥତତ୍ତ୍ୱ ଗ୍ରୁପ୍‌ର ୪୨୫୫, ସାରଦା ଗ୍ରୁପ୍‌ର ୯୨୯, ଆସ୍ଥା ଗୋଟ୍‌ ଫାର୍ମାଂର ୭୬୩ ଓ ଆସୋର ୭୩୭ ଜଣ ୧୦,୦୦୦ ଟଙ୍କାରୁ କମ୍‌ ଜମାକାରୀ ଅଛନ୍ତି।

ରୋଜଭ୍ୟାଲି ଓ ସ୍ୱାଭିମାନ ଡେଭଲପରର୍ସ ସମେତ ୯ଟି କମ୍ପାନୀ କମିଶନଙ୍କ ଅନୁମତି ନେଇ ଜମାକାରୀଙ୍କ ଟଙ୍କା ଫେରସ୍ତ କରିଛନ୍ତି।

ତୃତୀୟ ଅନ୍ତରୀଣ ରିପୋର୍ଟ ପାଇଁ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ୧,୧୪, ୩୮୩ଟି ସତ୍ୟପାଠର ତର୍ଜମା କରି କମିଶନ ଏହି ରିପୋର୍ଟ ପ୍ରଦାନ କରିବେ।

ଗତବର୍ଷ ମେ ୨୫ ତାରିଖରେ କମିଶନ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

Related story