ନିମ୍ନମାନର ଔଷଧ ଦେବା ମାମଲା: ଜେଲ ଗଲେ ଡାକ୍ତର ଦମ୍ପତି

କଟକ: ରୋଗୀଙ୍କୁ ନିମ୍ନମାନର ଔଷଧ ଦେବା ଅଭିଯୋଗରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରେଡିଓଲୋଜିଷ୍ଟ ବିଭାଗର ପୂର୍ବତନ ମୁଖ୍ୟ ସୁରେନ୍ଦ୍ରନାଥ ସେନାପତି, ତାଙ୍କ ପତ୍ନୀ ଦିପ୍ତୀରାଣୀ ସାମନ୍ତ ଓ ଜେବିଏସ୍‌ଏଲ୍‌ ଔଷଧ କମ୍ପାନୀ ମାଲିକ ସୁଧାଂଶୁ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି। ଆଜି ସେମାନଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ଡାକ୍ତର ଦମ୍ପତିଙ୍କ ଜାମିନ୍‌ ଆବେଦନର ଶୁଣାଣି ହେବ। ଜେଲ ଯିବା ବେଳେ ଡାକ୍ତର ସୁରେନ୍ଦ୍ରନାଥ ସେନାପତି କହିଥିଲେ,“ମୁଁ […]

docter

Rakesh Mallick
  • Published: Friday, 16 September 2016
  • , Updated: 16 September 2016, 08:53 PM IST

କଟକ: ରୋଗୀଙ୍କୁ ନିମ୍ନମାନର ଔଷଧ ଦେବା ଅଭିଯୋଗରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରେଡିଓଲୋଜିଷ୍ଟ ବିଭାଗର ପୂର୍ବତନ ମୁଖ୍ୟ ସୁରେନ୍ଦ୍ରନାଥ ସେନାପତି, ତାଙ୍କ ପତ୍ନୀ ଦିପ୍ତୀରାଣୀ ସାମନ୍ତ ଓ ଜେବିଏସ୍‌ଏଲ୍‌ ଔଷଧ କମ୍ପାନୀ ମାଲିକ ସୁଧାଂଶୁ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି। ଆଜି ସେମାନଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ଡାକ୍ତର ଦମ୍ପତିଙ୍କ ଜାମିନ୍‌ ଆବେଦନର ଶୁଣାଣି ହେବ।

ଜେଲ ଯିବା ବେଳେ ଡାକ୍ତର ସୁରେନ୍ଦ୍ରନାଥ ସେନାପତି କହିଥିଲେ,“ମୁଁ ଓଡ଼ିଶାର ରୋଗୀଙ୍କ ସେବା କରିଛି, କ୍ରିମ୍‌ନାଲ ନୁହେଁ। ମୋର କ୍ୟାନସର ରୋଗୀମାନେ ଜାଣିଛନ୍ତି ମୁଁ କଣ।”

ସ୍ୱତନ୍ତ୍ର ଭିଜିଲାନ୍ସ ଓକିଲ ଅଜୟ କୁମାର ପଟ୍ଟନାୟକ କହିଛନ୍ତି,“ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଆସନ୍ତାକାଲି କୋର୍ଟରେ ସିଡି ଦାଖଲ କରାଯିବ। ଦରକାର ପଡ଼ିଲେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବୁ।”

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ନିମ୍ନମାନର ଔଷଧ ଲେଖିବା ଓ ନର୍ଦ୍ଦିଷ୍ଟ ଏକ କମ୍ପାନୀର ଔଷଧ ଲେଖି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ ଡାକ୍ତର ଦମ୍ପତି। ଏପରିକି ସମ୍ପୃକ୍ତ କମ୍ପାନୀ ତରଫରୁ ମାଗଣାରେ ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ନେଇଥିଲେ। ଏଭଳି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ନଜରକୁ ଆସିଥିଲେ ଡାକ୍ତର ଦମ୍ପତି। ପରେ ଭିଜିଲାନ୍ସ ସେମାନଙ୍କ ମଙ୍ଗଳାବାଗ ସ୍ଥିତ ମ୍ୟାଜେଷ୍ଟିକ୍‌ ଟାୱାର ଘର, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ସମେତ ୪ଟି ଔଷଧ ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତିର ସନ୍ଧାନ ମିଳିଥିଲା। ଯାହାକୁ ଆଧାର କରି ଭିଜିଲାନ୍ସ ଡାକ୍ତର ଦମ୍ପତିଙ୍କୁ ଗିରଫ କରିଥିଲା।

Related story