କଟକ: ଜିଲ୍ଲାପାଳଙ୍କ ଅଫିସ ପରିସରରୁ ଶିଶୁକନ୍ୟା ଉଦ୍ଧାର

କଟକ: କଟକ ଜିଲ୍ଲାପାଳଙ୍କ ଅଫିସ ପରିସରରେ ବର୍ଷକର ଶିଶୁକନ୍ୟାକୁ କେହି ଛାଡି ପଳାଇବା ଆଲୋଡନ ସୃଷ୍ଟି କରିଛି। କେହି ଜଣେ ବର୍ଷକର ଶିଶୁକନ୍ୟାକୁ କଟକ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଛାଡ଼ି ଦେଇଯାଇଛି। ଆଜି କର୍ମୀଚାରୀମାନେ ଅଫିସ ଖୋଲିବା ପରେ ଶିଶୁକନ୍ୟାଟିକୁ ଦେଖି ଘଟଣା ସମ୍ପର୍କାରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଶିଶୁଟି ପୃଷ୍ଟିହୀନତା ରୋଗରେ ଶିକାର ହେବା ସହ ତା’ର ସ୍ୱାସ୍ଥ୍ୟବସ୍ଥା […]

child

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 02:57 PM IST

କଟକ: କଟକ ଜିଲ୍ଲାପାଳଙ୍କ ଅଫିସ ପରିସରରେ ବର୍ଷକର ଶିଶୁକନ୍ୟାକୁ କେହି ଛାଡି ପଳାଇବା ଆଲୋଡନ ସୃଷ୍ଟି କରିଛି। କେହି ଜଣେ ବର୍ଷକର ଶିଶୁକନ୍ୟାକୁ କଟକ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଛାଡ଼ି ଦେଇଯାଇଛି। ଆଜି କର୍ମୀଚାରୀମାନେ ଅଫିସ ଖୋଲିବା ପରେ ଶିଶୁକନ୍ୟାଟିକୁ ଦେଖି ଘଟଣା ସମ୍ପର୍କାରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

ଘଟଣା ସଂପର୍କରେ ଖବର ପାଇବା ପରେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଶିଶୁଟି ପୃଷ୍ଟିହୀନତା ରୋଗରେ ଶିକାର ହେବା ସହ ତା’ର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ନ ଥିବା ଜଣାପଡ଼ିଛି। ଚିକିତ୍ସା ଲାଗି ତାକୁ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟା କାହାର ଓ କ’ଣ  ପାଇଁ ତାକୁ ଏପରି ଅବସ୍ଥାରେ ଛାଡ଼ି ଦିଆଗଲା, ସେ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Related story