ଚୌଦ୍ୱାର ଜେଲ୍‌ ଫେରିଲେ ମହିମା, ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

କଟକ: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ୩ ଦିନିଆ ପୋଲିସ୍ ରିମାଣ୍ଡରେ ଯାଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ପୁଣି ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ […]

mahima

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 06:31 PM IST

କଟକ: ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଓ ହତ୍ୟା ଉଦ୍ୟମ ଘଟଣାରେ ୩ ଦିନିଆ ପୋଲିସ୍ ରିମାଣ୍ଡରେ ଯାଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ପୁଣି ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ ୩ ବର୍ଷ ତଳେ ଅଭୟ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ପ୍ରେସ୍ ଛକ ନିକଟରେ ବୋମାମାଡ଼ କରାଯାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଗତ ୪ ତାରିଖ ଦିନ ଗଣେଶ ସାହୁ ନାମକ ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିଲା। ଗଣେଶ ସାହୁର ବୟାନ ଅନୁସାରେ ମହିମାଙ୍କ ଇଙ୍ଗିତରେ ଏହି କାଣ୍ଡ ଘଟିଥିଲା। ସେତେବେଳେ ୭୨ ଲକ୍ଷ ଟଙ୍କାରେ ମହିମା ଏକ ଜମି କିଣିବାକୁ ଚାହିଁଥିଲେ। ତେବେ ସେହି ଜମିକୁ ଅଭୟ ଭଟ୍ଟ କିଣିବାରେ ସମର୍ଥ ହେବାରୁ ସେ ଉତ୍‌କ୍ଷିପ୍ତ ହୋଇଥିଲେ। ସେଥିପାଇଁ ତାଙ୍କ ଇଙ୍ଗିତରେ ଅଭୟଙ୍କ ଉପରକୁ ବୋମାମାଡ଼ ହୋଇଥିବା ପୋଲିସ୍ ଅନୁମାନ କରିଥିଲା। ରିମାଣ୍ଡ ବେଳେ ପୋଲିସ୍ ମହିମାଙ୍କୁ ଏ ଉପରେ ପଚରାଉଚରା କରିଥିଲା।

ମହିମାଙ୍କ ଜାମିନ ଆବେଦନ ଘୁଞ୍ଚିଲା

ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ର ଜଗତସିଂହପୁର ଜିଲ୍ଲା ଓ ଦୌରା ଜଜ୍‌ଙ୍କ ନିକଟରେ ଗତ ୬ ତାରିଖରେ ଜାମିନ ଆବେଦନ କରିଥିଲେ। ତେବେ ତାଙ୍କ ଜାମିନ ଆବେଦନ ଶୁଣାଣିକୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି।

Related story