କଟକ ଶିଶୁ ଭବନରେ ଆଉ ଏକ ଶିଶୁର ମୃତ୍ୟୁ ଅଭିଯୋଗ: ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି

କଟକ: କଟକ ଶିଶୁ ଭବନରେ ଆଜି ସକାଳେ ଆଉ ଏକ ଶିଶୁର ମୃତ୍ୟୁ ହୋଇଥିବା  ଅଭିଯୋଗ ହୋଇଛି। ଗତ ୨୨ ତାରିଖରୁ ସେ ଚିକିତ୍ସାଧୀନ ଥିଲା।  ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ତା’ର ମୃତ୍ୟୁ  ହୋଇଛି। ଏହାକୁ ମିଶାଇ ୫ ଦିନ ଭିତରେ ଶିଶୁ ଭବନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଗୋଟିଏ ଦିନରେ ୮ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ରାତିରେ ଗୋଟିଏ ଘଣ୍ଟା ମଧ୍ୟରେ ୪ ଶିଶୁ […]

sisu1

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 10:04 AM IST

କଟକ: କଟକ ଶିଶୁ ଭବନରେ ଆଜି ସକାଳେ ଆଉ ଏକ ଶିଶୁର ମୃତ୍ୟୁ ହୋଇଥିବା  ଅଭିଯୋଗ ହୋଇଛି। ଗତ ୨୨ ତାରିଖରୁ ସେ ଚିକିତ୍ସାଧୀନ ଥିଲା।  ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ତା’ର ମୃତ୍ୟୁ  ହୋଇଛି। ଏହାକୁ ମିଶାଇ ୫ ଦିନ ଭିତରେ ଶିଶୁ ଭବନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଗୋଟିଏ ଦିନରେ ୮ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ରାତିରେ ଗୋଟିଏ ଘଣ୍ଟା ମଧ୍ୟରେ ୪ ଶିଶୁ ଆଖି ବୁଜି ଥିଲେ। ଚିକିତ୍ସା ଅବହେଳାରୁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଭଦ୍ରକ, ସାଲେପୁର, ବ୍ରହ୍ମଗିରି, ଓ ଯାଜପୁରରୁ ଏହି ଶିଶୁମାନଙ୍କୁ ତାଙ୍କ ପରିବାର ଲୋକେ ନେଇ ଆସିଥିଲେ।

Related story