କୁଆଡେ ଯାଉଛି ‘ମୋରା’: ପଢ଼ନ୍ତୁ କେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ମୋରା’ର ରୂପ ନେଇଛି। ଆସନ୍ତା ୬ ଘଣ୍ଟା ଭିତରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୧୯ କିଲୋମିଟର ବେଗରେ ଗତି କରିବ। ଏବେ ଏହା ପାରାଦୀପଠାରୁ ୫୫୦ କିଲୋମିଟର ଦୂରରେ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ମୋରା’ ମହାବାତ୍ୟାର ରୂପ ନେବ। ଆସନ୍ତାକାଲି ପୂର୍ବାହ୍ନରେ ଏହା ବାଂଲାଦେଶର ଚିଟାଗଙ୍ଗ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବ […]

cyclone-generic_650x400_71496034253

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 08:05 PM IST

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ମୋରା’ର ରୂପ ନେଇଛି। ଆସନ୍ତା ୬ ଘଣ୍ଟା ଭିତରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୧୯ କିଲୋମିଟର ବେଗରେ ଗତି କରିବ। ଏବେ ଏହା ପାରାଦୀପଠାରୁ ୫୫୦ କିଲୋମିଟର ଦୂରରେ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ମୋରା’ ମହାବାତ୍ୟାର ରୂପ ନେବ। ଆସନ୍ତାକାଲି ପୂର୍ବାହ୍ନରେ ଏହା ବାଂଲାଦେଶର ଚିଟାଗଙ୍ଗ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବ କିଛି ମାତ୍ରାରେ ଓଡ଼ିଶାର ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ ପଡ଼ିବ। ଫଳରେ ପ୍ରବଳ ବର୍ଷା ହେବା ସହିତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ବିପର୍ଯ୍ୟୟ ଆଶଙ୍କା କରି ଉପରୋକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

‘ମୋରା’ ପ୍ରଭାବରେ ତ୍ରିପୁରା, ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି।

Related story