ଡି’ ବ୍ରଦର୍ସ ଥିଲେ ଏକାଧିକ ଯୁବତୀଙ୍କର ମନର ମଣିଷ

ଭୁବନେଶ୍ୱର: କେବଳ ଅପରାଧ ଦୁନିଆରେ ନିଜର ସାମ୍ରାଜ୍ୟ ବିସ୍ତାର କରି ନ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ। ସାଧାରଣ ଜୀବନ ବେଶ ରଙ୍ଗୀନ ଥିଲା ସେମାନଙ୍କର। ସବୁବେଳେ ସୋସିଆଲ ସାଇଟରେ ସେମାନେ ଆକ୍ଟିଭ ରହୁଥିଲେ। ଏହାସହ ଅର୍ଥ ଓ ବାହୁବଳର ଏକାଧିକ ଯୁବତୀଙ୍କ ମନର ମଣିଷ ହୋଇପାରିଥିଲେ ସେମାନେ। ଏପରି ପ୍ରମାଣ ପୋଲିସ ହାତରେ ଲାଗିଛି। ଏପରି ଯୁବତୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପଚରାଉଚରା କରିବାକୁ ପୋଲିସ ଯୋଜନା […]

bar

Rakesh Mallick
  • Published: Wednesday, 03 February 2016
  • , Updated: 04 February 2016, 04:03 AM IST

ଭୁବନେଶ୍ୱର: କେବଳ ଅପରାଧ ଦୁନିଆରେ ନିଜର ସାମ୍ରାଜ୍ୟ ବିସ୍ତାର କରି ନ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ। ସାଧାରଣ ଜୀବନ ବେଶ ରଙ୍ଗୀନ ଥିଲା ସେମାନଙ୍କର। ସବୁବେଳେ ସୋସିଆଲ ସାଇଟରେ ସେମାନେ ଆକ୍ଟିଭ ରହୁଥିଲେ। ଏହାସହ ଅର୍ଥ ଓ ବାହୁବଳର ଏକାଧିକ ଯୁବତୀଙ୍କ ମନର ମଣିଷ ହୋଇପାରିଥିଲେ ସେମାନେ। ଏପରି ପ୍ରମାଣ ପୋଲିସ ହାତରେ ଲାଗିଛି। ଏପରି ଯୁବତୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପଚରାଉଚରା କରିବାକୁ ପୋଲିସ ଯୋଜନା କରୁଛି। ସେହିପରି ଏହି ଯୁବତୀମାନେ କେବଳ ଦୁଇଭାଇଙ୍କ ରଙ୍ଗୀନ ଦୁନିଆର ନାୟିକା ଥିଲେ ନାଁ ସେମାନଙ୍କ ଅପରାଧ ସାମ୍ରାଜ୍ୟରେ ବି ସମ୍ପୃକ୍ତ ଥିଲେ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ଜଣାପଡିଛି।

ପୋଲିସକୁ ମିଳିଥିବା ନୂଆ ତଥ୍ୟ ଅନୁସାରେ ୨୦ରୁ ଅଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିଲା ଦୁଇଭାଇଙ୍କର। କାହା ସହ ଟାଇମପାସ କରୁଥିଲେ ତ ଆଉ କାହା ସହ ଥିଲା ସିରିୟସ ଲଭ୍। ଦୁଇ ଭାଇଙ୍କ ମୋବାଇଲରୁ ଏସଏମଏସ, ହ୍ୱାଟ୍ସଅପ ଚାଟ ଓ ଲାପଟପରୁ ଏ ନେଇ ବହୁ ତଥ୍ୟ ମିଳିଛି। ଏପରି କି ଯୁବତୀମାନଙ୍କ ସହ ସେମାନଙ୍କ କିଛି ଫଟୋ ବି ପୋଲିସ୍ ହାତରେ ଲାଗିଛି।

ଅପରାଧ ଦୁନିଆର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ଜୀବନକୁ ରଙ୍ଗିନ କରୁଥିଲେ ଏମାନେ। ଟଙ୍କା ଯୁବତୀମାନଙ୍କୁ ସେମାନଙ୍କ ନିକଟତର କରୁଥିଲା। ମୋବାଇଲ କଥାବାର୍ତ୍ତା, ଚାଟିଂରେ ବହୁ ସମୟ ବିତାଉଥିଲେ ଦୁଇ ଭାଇ। ରାଜ୍ୟ ବାହାରକୁ ଯୁବତୀଙ୍କୁ ନେଇ ଯାଉଥିଲେ ମଉଜମଜଲିସ ପାଇଁ। କିଛି ଯୁବତୀ ସେମାନଙ୍କ ସହ ବିଦେଶ ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି।

ଏହାସହ ପୋଖରୀପୁଟ ଘରେ ଏକ ବାରର ସନ୍ଧାନ ପାଇଛି ପୋଲିସ। ଏହି ବାରରେ ଦେଶୀ ବିଦେଶୀ ବହୁ ନାମୀଦାମୀ କମ୍ପାନୀର ମଦ ରହିଛି। ଏଠାକୁ ଯୁବତୀମାନଙ୍କୁ ଆଣି ସେମାନଙ୍କ ସହ ଦୁଇ ଭାଇ ମଦ ପିଇଥାନ୍ତି ବୋଲି ଅନୁମାନ କରାଯାଉଛି।

Related story