ଦେବାଶିଷ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟ ବନ୍ଦ ଆନ୍ଦୋଳନ

କଟକ: ଏଟି ଚିଟଫଣ୍ଡ ଲିଙ୍କ୍‌ ଅଭିଯୋଗରେ ଗିରଫ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନ୍‌ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି। ଏହି ଆନ୍ଦୋଳନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ବସିଥିବା ଆସୋସିଏସନର ଜେନେରାଲ ବଡି ମିଟିଂରେ ଏହି ନିଷତ୍ତି ନିଆଯାଇଛି। ଏଥିସହ ଆସନ୍ତା ୮ତାରିଖକୁ ପ୍ରତିବାଦ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟର ସବୁ ବାର ଆସୋସିଏସନକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ନିବେଦନ କରାଯାଇଛି। ବାର ଆସୋସିଏସନର […]

cuttack

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 03:43 PM IST

କଟକ: ଏଟି ଚିଟଫଣ୍ଡ ଲିଙ୍କ୍‌ ଅଭିଯୋଗରେ ଗିରଫ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନ୍‌ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି। ଏହି ଆନ୍ଦୋଳନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ବସିଥିବା ଆସୋସିଏସନର ଜେନେରାଲ ବଡି ମିଟିଂରେ ଏହି ନିଷତ୍ତି ନିଆଯାଇଛି। ଏଥିସହ ଆସନ୍ତା ୮ତାରିଖକୁ ପ୍ରତିବାଦ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟର ସବୁ ବାର ଆସୋସିଏସନକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ନିବେଦନ କରାଯାଇଛି।

ବାର ଆସୋସିଏସନର ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରାକୁ ସମର୍ଥନ ଜଣାଇ କଟକର ସମସ୍ତ ନିମ୍ନ ଅଦାଲତ ବାର ଆସୋସିଏସନ ସଦସ୍ୟମାନେ ମଧ୍ୟ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ଫଳରେ କଟକର ସମସ୍ତ ଅଦାଲତରେ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଏଟି ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଗତକାଲି ହାଇକୋର୍ଟର ଓକିଲ ଦେବାଶିଷ ପଣ୍ଡାଙ୍କୁ ସିବିଆଇ ଗିରଫ କରିଥିଲା। ଗିରଫ ପରେ  ପଣ୍ଡାଙ୍କ କଟକସ୍ଥିତ ବାସଭବନରେ ସିବିଆଇ  ଚଢ଼ାଉ ମଧ୍ୟ କରିଥିଲା।

ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଂପାଦକ ବିଜୟ କୁମାର ରଗଡ଼ କହିଛନ୍ତି, “ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ଯେଉଁଭଳି ଭାବରେ ଗିରଫ କରାଗଲା ଓ ତାଙ୍କ ଘରେ ସିବିଆଇ ଚଢ଼ାଉ କଲା ତାହାରି ପ୍ରତିବାଦରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛୁ। ୮ ତାରିଖ ଦିନ ୨ ଟାବେଳେ ପୁଣି ଜେନେରାଲ ବଡି ମିଟିଂ ବସିବ। ଏହି ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୮ ତାରିଖକୁ ପ୍ରତିବାଦ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟର ସବୁ ବାର ଆସୋସିଏସନକୁ ଆମେ ନିବେଦନ କରିଛୁ।”

ସେ କହିଛନ୍ତି, “ଦେବାଶିଷ ପଣ୍ଡା ସଂପୂର୍ଣ୍ଣ ଭାବେ ସିବିଆଇକୁ ସାହାଯ୍ୟ କରୁଥିଲେ। ତାଙ୍କୁ ସିବିଆଇ ଯେତେବେଳେ ଡାକିଛି ସେ ଯାଇଛନ୍ତି। ଗତକାଲି ସିବିଆଇ ତାଙ୍କୁ ଡାକି ଗିରଫ କରିଛି। ଆମେ ଓକିଲମାନେ ଦେବାଶିଷଙ୍କୁ ଦେଖାକରିବାକୁ ଯାଇଥିବା ବେଳେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା। ରାତିସାରା ଦେବାଶିଷଙ୍କୁ  ବିଶ୍ରାମ କରିବା ପାଇଁ ଦିଆଯାଇ ନ ଥିଲା ଓ ତାଙ୍କୁ ଗୋଟିଏ ଚେୟାରରେ ବସାଇ ରଖାଯାଇଥିଲା।”

Related story