ଡାଲି ଜାତୀୟ ଶସ୍ୟ ଉପରୁ ଭାଟ୍‌ ହ୍ରାସ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଶେଷ କରି ଡାଲି ଓ ଡାଲି ଜାତୀୟ ଖାଦ୍ୟ ଶସ୍ୟ ଉପରୁ ଭାଟ୍‌ ଛାଡ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ୫ରୁ ୧ ପ୍ରତିଶତକୁ ଭାଟ୍‌ ହ୍ରାସ୍‌ କରାଯିବ। ଏହା ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ବୁର୍ଲା ମେଡିକାଲ କଲେଜ ଆଇନରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମୋହର ଲାଗିଛି। ଏ ନେଇ ଶୀଘ୍ର ଅଧ୍ୟାଦେଶ ଆସିବ। ବିଭିନ୍ନ […]

cabinet

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 11:16 PM IST

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଶେଷ କରି ଡାଲି ଓ ଡାଲି ଜାତୀୟ ଖାଦ୍ୟ ଶସ୍ୟ ଉପରୁ ଭାଟ୍‌ ଛାଡ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ୫ରୁ ୧ ପ୍ରତିଶତକୁ ଭାଟ୍‌ ହ୍ରାସ୍‌ କରାଯିବ। ଏହା ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ।

ବୁର୍ଲା ମେଡିକାଲ କଲେଜ ଆଇନରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମୋହର ଲାଗିଛି। ଏ ନେଇ ଶୀଘ୍ର ଅଧ୍ୟାଦେଶ ଆସିବ। ବିଭିନ୍ନ ମେଡିକାଲରେ ଖାଲିଥିବା ପଦବୀ ପୂରଣ କରାଯିବ। ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ୫ ବର୍ଷରେ ୨୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ବିଭାଗରେ ୫୦୦ ନୂଆ ଲିଭ୍‌ ଟ୍ରାନ୍ସଫର ରିଜର୍ଭ ମେଡିକାଲ ଅଫିସର ନିଯୁକ୍ତିକୁ ବି କ୍ୟାବିନେଟ୍‌ ମଞ୍ଜୁରୀ ମଳିଛି।

Related story