ଥୁକିଥିବା ଛେପ ଢୋକିଲେ ଦାମ: କହିଲେ ମୁଁ ଦୁଃଖିତ,ବିଜେପିର ପ୍ରତିକ୍ରିୟା-ଆମେ କ୍ଷମା ମାଗିବାକୁ କହିଥିଲୁ, ଦୁଃଖ ପ୍ରକାଶ ନୁହେଁ

ଭୁବନେଶ୍ୱର: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟ ଉପରେ ଦୁଃଖ ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ଏ ନେଇ ଦାମ କ୍ୟାମେରା ଆଗରେ କିଛି କହି ନ ଥିଲେ ବି ଏକ ଭିଡିଓ ଓଟିଭିର ହସ୍ତଗତ ହୋଇଛି। ବିଜେଡି ପକ୍ଷରୁ ବିତରଣ କରାଯାଇଥିବା ଏହି ଭିଡିଓରେ ଦାମ କହିଛନ୍ତି,“ପ୍ରଚଳିତ ଲୋକ କଥାକୁ ସଭାରେ ଉଲ୍ଲେଖ କରିଥିଲି। ଯାହାକୁ ନେଇ ଭୁଲ୍ ବୁଝାମଣା ହେଉଛି। ଅଙ୍ଗନବାଡ଼ି କହିଲେ ଅଙ୍ଗନବାଡ଼ି କର୍ମୀଙ୍କୁ କେମିତି ବୁଝାଇଲା ଜାଣିପାରୁନି। ” ସେହିପରି ଏହି […]

Damodar-Rout

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 03:06 PM IST

ଭୁବନେଶ୍ୱର: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟ ଉପରେ ଦୁଃଖ ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ଏ ନେଇ ଦାମ କ୍ୟାମେରା ଆଗରେ କିଛି କହି ନ ଥିଲେ ବି ଏକ ଭିଡିଓ ଓଟିଭିର ହସ୍ତଗତ ହୋଇଛି। ବିଜେଡି ପକ୍ଷରୁ ବିତରଣ କରାଯାଇଥିବା ଏହି ଭିଡିଓରେ ଦାମ କହିଛନ୍ତି,“ପ୍ରଚଳିତ ଲୋକ କଥାକୁ ସଭାରେ ଉଲ୍ଲେଖ କରିଥିଲି। ଯାହାକୁ ନେଇ ଭୁଲ୍ ବୁଝାମଣା ହେଉଛି। ଅଙ୍ଗନବାଡ଼ି କହିଲେ ଅଙ୍ଗନବାଡ଼ି କର୍ମୀଙ୍କୁ କେମିତି ବୁଝାଇଲା ଜାଣିପାରୁନି। ”

ସେହିପରି ଏହି ଭିଡିଓରେ ବିଜେପି ପକ୍ଷରୁ ତାଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି ପ୍ରୟୋଗ କରାଯାଇଥିବା ମନ୍ତବ୍ୟକୁ ବି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ଓ ଧୃତରାଷ୍ଟ୍ର ଆଖ୍ୟା ଦିଆଯାଉଛି। ବୟସ୍କ ମନ୍ତ୍ରୀଙ୍କୁ ଶ୍ରୀଖଣ୍ଡୀ, ବଣ ଭାଲୁ ଓ ଜୋକର ଆଦି କୁହାଯାଉଛି। ଏସବୁ କହିବାରେ ଯଦି ଅସଙ୍ଗତି ନାହିଁ, ମୋର କିଛି କହିବାର ନାହିଁ। ଜଣେ ଜାତୀୟ ଦଳର ନେତ୍ରୀ ଏମିତି କହିଲେ ଲୋକେ ବିଚାର କରିବେ। ମୋ କଥାକୁ ଭୁଲ ବୁଝାମଣା କରାଯାଇଥିବାରୁ ମୁଁ ମର୍ମାହତ। ମୋ କଥା କାହା ମନକୁ କଷ୍ଟ ଦେଥିଲେ, ମୁଁ ଦୁଃଖ ପ୍ରକାଶ କରୁଛି।”

ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ ଆମେ କ୍ଷମା ପ୍ରାର୍ଥନା ପାଇଁ କହିଥିଲୁ, ଦୁଃଖ ପ୍ରକାଶ ନୁହେଁ। ଦୁଃଖ ପ୍ରକାଶ ଆଳରେ ଦାମ ଧମକାଉଛନ୍ତି।  ମୁଖ୍ୟମନ୍ତ୍ରୀ ଆଖିବୁଜି ସବୁ ତାମ୍‌ସା ଦେଖୁଛନ୍ତି। ଦାମ ଲୋକଙ୍କ ଆଗରେ କିମ୍ୱା ମିଡ଼ିଆ ଆଗରେ ଆସି କ୍ଷମା ମାଗନ୍ତୁ।”

ଦାମଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ହୋଇଥିବାବେଳେ ଅଙ୍ଗନବାଡ଼ି ସଂଘ ପକ୍ଷରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।

 

Related story