ବିଜେପିକୁ ଦାମଙ୍କ କଟାକ୍ଷ: ମୋଦି ଦାମୀ ପୋଷାକ ପିନ୍ଧୁଛନ୍ତି, ଅମିତ ଶାହଙ୍କ ପୁଅ ଏତେ ଧନୀ ହେଲେ କେମିତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀମାନେ ବାରମ୍ୱାର ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି-“କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ବିଜେପି, ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ୧୭ ବର୍ଷ ଶାସନ କାଳ ଭିତରେ ନବୀନ ପଟ୍ଟନାୟକଙ୍କ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 05:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀମାନେ ବାରମ୍ୱାର ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ।

ସେ କହିଛନ୍ତି-“କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ବିଜେପି, ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ୧୭ ବର୍ଷ ଶାସନ କାଳ ଭିତରେ ନବୀନ ପଟ୍ଟନାୟକଙ୍କ ସରକାର କିଛି କାମ କରିନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। ଯାହାଫଳରେ ଓଡ଼ିଶାର ବିକାଶ ହୋଇନାହିଁ। ସେମାନେ ବୁଝିବା ଦରକାର, ଦୀର୍ଘ ୧୭ ବର୍ଷ ଭିତରେ ୯ ବର୍ଷ ସେମାନେ (ବିଜେପି) ଭାଗିଦାର ଥିଲେ। ଏହା ସତ୍ତ୍ୱେ ବିଜେପି କିଛି ଦୋଷ ମୁଣ୍ଡାଇବାକୁ ଚାହୁଁନାହିଁ। ନବୀନଙ୍କ ମୁଣ୍ଡରେ ସବୁ ଲଦିବାକୁ ଚେଷ୍ଟା କରୁଛି। ବିଜେପି ଓ କେନ୍ଦ୍ରମନ୍ତ୍ରୀମାନଙ୍କର ଏହି ହୀଦମନ୍ୟତା।”

ଗତ ୧୭ ବର୍ଷରେ ଓଡ଼ିଶାର ଅନେକ ବିକାଶ ହୋଇଥିବା ପ୍ରମାଣିତ କରିବାକୁ ଯାଇ ମନ୍ତ୍ରୀ ଦାମୋଦର ରାଉତ ବିଭିନ୍ନ ପ୍ରସଙ୍ଗରେ ଅନ୍ୟ ବିଜେପି ଶାସିତ ରାଜ୍ୟ ଏବଂ ଓଡ଼ିଶାକୁ ତୁଳନା କରିଥିଲେ। ଏପରିକି ବିକାଶର ମାପକାଠି ସାକ୍ଷରତା ହାର, ଜିଡିପି, ଶିଶୁ ଓ ମାତୃ ମୃତ୍ୟୁ ହାର, ସୁରକ୍ଷିତ ମାତୃତ୍ୱ, ଲିଙ୍ଗ ଅନୁପାତ ଆଦିର ତଥ୍ୟ ରଖିଥିଲେ ଦାମ ରାଉତ।  ଏହି ସବୁ ପ୍ରସଙ୍ଗରେ ଗୁଜରାଟ, ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ବହୁତ ଭଲ ବୋଲି ସେ କହିଥିଲେ।  ଏଥି ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରକୁ ଅନେକ ପ୍ରଶ୍ନ ପଚାରିଛନ୍ତି। ପ୍ରତି ବର୍ଷ ୨ କୋଟି ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିଛି କି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେତେ ବଢ଼ାଇଛନ୍ତି କେନ୍ଦ୍ର ସରକାର? ମୋଦିଙ୍କ ଦାମୀ ପୋଷାକପତ୍ର, ବିଦେଶ ଗସ୍ତର ଖର୍ଚ୍ଚ ଓ ଅମିତ ଶାହଙ୍କ ପୁଅଙ୍କ ବ୍ୟବସାୟରେ ଅହେତୁକ ବୃଦ୍ଧି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ରାଉତ।

Related story