ଦଣ୍ଡପାଣି ମହାନ୍ତିଙ୍କୁ ହାଇକୋର୍ଟରେ ସର୍ତ୍ତମୂଳକ ଜାମିନ

କଟକ: ଦେଶଦ୍ରୋହ ଅପରାଧ ମାମଲାରେ ଗିରଫ ହୋଇ ଜେଲରେ ଥିବା ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଦଣ୍ଡପାଣିଙ୍କ ନାଁରେ ମୋଟ ୨୪ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ୧୯ଟିରେ ସେ ପୂର୍ବରୁ ଦୋଷମୁକ୍ତ ହୋଇସାରିଥିବା ବେଳେ ୪ଟି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଶେଷ ମାମଲାରେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଫଳରେ ଦଣ୍ଡପାଣି ଜେଲରୁ ମୁକୁଳିବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ବ୍ରହ୍ମପୁର କୋର୍ଟଙ୍କ ବିନା ଅନୁମତିରେ ବ୍ରହ୍ମପୁର […]

dandapani mahanty

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 10:22 AM IST

କଟକ: ଦେଶଦ୍ରୋହ ଅପରାଧ ମାମଲାରେ ଗିରଫ ହୋଇ ଜେଲରେ ଥିବା ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଦଣ୍ଡପାଣିଙ୍କ ନାଁରେ ମୋଟ ୨୪ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ୧୯ଟିରେ ସେ ପୂର୍ବରୁ ଦୋଷମୁକ୍ତ ହୋଇସାରିଥିବା ବେଳେ ୪ଟି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଶେଷ ମାମଲାରେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଫଳରେ ଦଣ୍ଡପାଣି ଜେଲରୁ ମୁକୁଳିବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ବ୍ରହ୍ମପୁର କୋର୍ଟଙ୍କ ବିନା ଅନୁମତିରେ ବ୍ରହ୍ମପୁର ସହର ନ ଛାଡିବା ଲାଗି ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story