ଏୟାର ହୋଷ୍ଟେସ। ଏହି ଶବ୍ଦଟି ଶୁଣିବା ମାତ୍ରେ ମନକୁ ଚାଲିଆସେ ସୁନ୍ଦରୀମାନଙ୍କ ଚେହେରା। ଦେଖିବାକୁ ଠିକ୍ ପରି ଭଳି। ସ୍ୱର୍ଗରେ ରମ୍ଭା, ମେନକା ଓ ଉର୍ବସୀଙ୍କ ଭଳି ସତେ ଯେମିତି ଏମାନେ ଆକାଶର ଅପ୍ସରା। କୁହାଯାଏ ଆକାଶରେ ଅହରହ ଉଡ଼ୁଥିବା ଏହି ଏୟାର ହୋଷ୍ଟେସଙ୍କ ଜୀବନ ଖୁବ୍ ବିଳାସପୂର୍ଣ୍ଣ। ଚଳଣି ସେମାନଙ୍କର ଚାକଚକ୍ୟ ଓ ବିନ୍ଦାସ। ହେଲେ ଉପରୁ ଚାକଚକ୍ୟ ଓ ରଙ୍ଗିନ ଦେଖାଯାଉଥିବା ସେମାନଙ୍କ ଜୀବନର ଭିତରଟା ଯେ କେତେ ଫିକା ଫିକା ତାହା କେବଳ ସେମାନେ ନିଜେ ହିଁ ଜାଣିଛନ୍ତି। ଆକାଶରେ ଉଡ଼ନ୍ତି ସିନା ଏମାନଙ୍କ ଜୀବନରେ ରହିଛି ଅନେକ ଅକୁହା କଥା। ପରିବାରଠାରୁ ଦୂରେଇ ରହିବା, ଅଶ୍ଲୀଳ ଆଚ୍ଚରଣ, ଛୁଟି ନମିଳିବା, ମାସିକ ଧର୍ମ ଚାଲିଥିବା ବଳେ ଡ୍ୟୁଟି କରିବା ଭଳି ସମସ୍ୟା ଏମାନଙ୍କୁ ବିବ୍ରତ କରେ। ଆସନ୍ତୁ ଜାଣିବା ଏମାନଙ୍କ ଜୀବନ ଯନ୍ତ୍ରଣାର ଆଉ କିଛି କଥା।
୧) ଏକାପଣ: ଏୟାର ହୋଷ୍ଟେସମାନେ ସବୁବେଳେ ବ୍ୟସ୍ତତା ଭିତରେ ରହିଥାନ୍ତି। ଏପରିକି ପରିବାର ସହ କିଛି ମୁହୂର୍ତ୍ତ ବିତାଇବା ସେମାନଙ୍କ ପାଇଁ ସ୍ୱପ୍ନ ସହ ସମାନ। ତେଣୁ ଏକକୀ ନିଜ ସୁଖ ଦୁଃଖର ସାଥୀ ହୋଇଥାନ୍ତି।
୨) ଅସୁସ୍ଥତା: ଏୟାରହୋଷ୍ଟେସ୍ମାନଙ୍କର ଛୁଟି ବହୁତ କମ୍ ଥାଏ। ସେମାନେ ଅସୁସ୍ଥ ଥିବାବେଳେ ଓ ମାସିକ ଧର୍ମ ଚାଲିଥିବାବେଳେ ମଧ୍ୟ କାର୍ଯ୍ୟ କରିଥାନ୍ତି। ଏପରିକି ଗର୍ଭବତୀ ଅବସ୍ଥାରେ ମଧ୍ୟ ଏମାନେ ଅନେକ କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି।
୩) ଅଶ୍ଲୀଳ ଆଚ୍ଚରଣ: ବିମାନ ଯାତ୍ରା ସମୟରେ ଅନେକ ପୁରୁଷ ଯାତ୍ରୀମାନେ ଏୟାରହୋଷ୍ଟେସ୍ମାନଙ୍କୁ ଖରାପ କମେଣ୍ଟ କରିବା, ଖରାପ ନଜରରେ ଦେଖିବା ସହ ଆପତ୍ତିଜନକ ଭାବେ ସ୍ପର୍ଶ ମଧ୍ୟ କରିଥାନ୍ତି। ହେଲେ ଏୟାରହୋଷ୍ଟେସମାନେ ସୋମାନଙ୍କୁ ଏକ ସୁନ୍ଦର ସ୍ମାଇଲ ଦେବା ବ୍ୟତୀତ ଆଉ କିଛି କରିପାରନ୍ତି ନାହିଁ। ଏଭଳି ଘଟଣା ସହ ସେମାନେ ଅଭ୍ୟସ୍ତ ହୋଇଗଲେଣି। ବେଳେ ବେଳେ ଯଦି ଘଟଣା ଅଧିକ ଗୁରୁତର ହୁଏ ତେବେ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଏ।
୪) ଚାକର: ଏୟାର ହୋଷ୍ଟେସର ଅନ୍ୟ ନାମ ହେଉଛି 'ହାଇ ପେଡ୍ ସରଭ୍ୟାଣ୍ଟ'। ସେମାନେ ବିମାନରେ ଯାତ୍ରୀମାନଙ୍କ ସମସ୍ତ ପ୍ରକାରର ସେବା କରିଥାନ୍ତି। ଯାତ୍ରୀଙ୍କ ବାନ୍ତି ସଫା କରିବାଠୁ ନେଇ ପିଲାଙ୍କ ନ୍ୟାପି ଉଠାଇବା ପର୍ଯ୍ୟନ୍ତ। ଗୋଟେ ଚାକର ବା କେୟାର ଟେକର୍ର ସମସ୍ତ କାମ ସେମାନଙ୍କୁ କରିବାକୁ ପଡ଼ିଥାଏ।
୫) ଭାବର ଆଦାନ ପ୍ରଦାନ- କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ ଓ ଦୁଃଖ ବାଣ୍ଟିଲେ କମିଥାଏ। ହେଲେ ଏୟାରହୋଷ୍ଟେସ୍ମାନଙ୍କ ପାଖରେ ନା ଖୁସି ବାଣ୍ଟିବାକୁ କେହି ଥାନ୍ତି ନା ତ ଦୁଃଖ। ଏପରି କି ପର୍ବପର୍ବାଣୀ ଓ ନିଜ ଜନ୍ମଦିନ ପର୍ଯ୍ୟନ୍ତ ସବୁ କିଛି ସେହି ହୋଟେଲ୍ ରୁମ୍ରେ ସହକର୍ମୀଙ୍କ ସହ ପାଳନ କରିଥାନ୍ତି।
୬) ଲଙ୍ଗ ସିପ୍ଟ- ଏୟାରହୋଷ୍ଟେସ୍ମାନଙ୍କ ଡ୍ୟୁଟି କେତେବେଳେ ଦିନରେ ଥାଏ ତ କେତେବେଳେ ପୁଣି ନାଇଟ୍ ସିଫ୍ଟ। ଘଣ୍ଟା ଘଣ୍ଟା ଛିଡ଼ା ହୋଇ ହୋଇ ବିତିଯାଏ। ଏପରିକି ଖାଇବାପିଇବା, ଶୋଇବା ସବୁକିଛି ଅବହେଳିତ ହୋଇଥାଏ। ହେଲେ ଏ ସମ୍ପର୍କରେ ଆପଣ କୌଣସି ଅଭିଯୋଗ କରିପାରିବେ ନାହିଁ ।
୭) ଚେହେରା- ଏୟାରହୋଷ୍ଟେସମାନଙ୍କ ଦେହ ଭଲ ଥାଉ କି ଖରାପ। ସବୁବେଳେ ସେମାନଙ୍କୁ ଚିପ୍ଟପ୍ ରହିବାକୁ ପଡ଼େ। ଭିତରେ ତାଙ୍କୁ ଯେତେ କଷ୍ଟ ହେଉ ନା କାହିଁକି ତାଙ୍କ ଚେହେରାରେ କିନ୍ତୁ ତାହା ପରିପ୍ରକାଶ ହେବ ନାହିଁ। ସେମାନଙ୍କୁ ସବୁବେଳେ ହସ ହସ ମୁହଁରେ ରହିବାକୁ ପଡ଼େ। ଏପରିକି ସେମାନଙ୍କୁ ଗୋଟିଏ ୟୁନିଫର୍ମ ଦିଆଯାଏ। ଆଉ ସେମାନଙ୍କୁ ନିଜ ଶରୀରର ଆକାର ସବୁବେଳେ ସମାନ ରଖିବାକୁ ପଡ଼େ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।