ମୃତଦେହ ପରିବହନ ପାଇଁ ନୂଆ ଗାଇଡ୍‌ଲାଇନ୍‌, ଥାନାକୁ ଦିଆଯିବ ଟଙ୍କା

ଭୁବନେଶ୍ୱର: ଦାନ ମାଝି କାନ୍ଧରେ ପତ୍ନୀଙ୍କ ଶବ ବୋହିବା ଘଟଣା ପରେ ମୃତଦେହ ପରିବହନ ନେଇ ଆଜି ନୂଆ ଗାଇଡ୍‌ଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ କୌଣସି ପରିସ୍ଥିତିରେ ମୃତଦେହକୁ କାନ୍ଧରେ ବୋହି ନେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହା ସହିତ ମୃତଦେହକୁ ଅସମ୍ମାନ କଲା ଭଳି କୌଣସି ପ୍ରକାର ପରିବହନକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି। ଷ୍ଟ୍ରେଚର କିମ୍ବା ଖଟିଆ ସାହାଯ୍ୟରେ ମୃତଦେହକୁ ନିଆଯାଇପାରିବ। ମୃତଦେହକୁ ଯଥୋଚିତ ସମ୍ମାନ ଦେଇ ରଖାଯିବା […]

dead-body

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 01:55 PM IST

ଭୁବନେଶ୍ୱର: ଦାନ ମାଝି କାନ୍ଧରେ ପତ୍ନୀଙ୍କ ଶବ ବୋହିବା ଘଟଣା ପରେ ମୃତଦେହ ପରିବହନ ନେଇ ଆଜି ନୂଆ ଗାଇଡ୍‌ଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ କୌଣସି ପରିସ୍ଥିତିରେ ମୃତଦେହକୁ କାନ୍ଧରେ ବୋହି ନେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହା ସହିତ ମୃତଦେହକୁ ଅସମ୍ମାନ କଲା ଭଳି କୌଣସି ପ୍ରକାର ପରିବହନକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି। ଷ୍ଟ୍ରେଚର କିମ୍ବା ଖଟିଆ ସାହାଯ୍ୟରେ ମୃତଦେହକୁ ନିଆଯାଇପାରିବ। ମୃତଦେହକୁ ଯଥୋଚିତ ସମ୍ମାନ ଦେଇ ରଖାଯିବା କଥା କୁହାଯାଇଛି।

ଡେଥ୍‌ ସ୍ଲିପ୍ ବିନା କୌଣସି ଡାକ୍ତରଖାନାରୁ ମୃତଦେହକୁ ନିଆଯାଇପାରିବନି। ଡେଥ୍‌ ସ୍ଲିପ୍‌ ମେଡିକାଲ୍ ଅଫିସର୍‌ଙ୍କ ଦ୍ୱାରା ପୂରଣ କରାଯିବ। ସେଥିରେ ସେ ମରି ଥିବା ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବେ। ଏବଂ ନନ୍‌ ମେଡିକୋ ଲିଗାଲ୍‌ କେସ୍‌ ବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ଏହି ଡେଥ୍ ସ୍ଲିପ୍‌ଗୁଡ଼ିକୁ ମୃତକଙ୍କ ପରିବାର ଲୋକଙ୍କୁ ନିଜେ ମେଡିକାଲ୍ ଅଫିସର ହସ୍ତାନ୍ତର କରିବେ। ମେଡିକୋ ଲିଗାଲ୍ ଡେଥ୍ କେସ୍‌ ଅବା ଅପମୃତ୍ୟୁ ମାମଲା ଗୁଡ଼ିକରେ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ପୋଲିସ୍‌କୁ ସୂଚନା ଦେବେ।

ଅନେକ ସମୟରେ ମୃତବ୍ୟକ୍ତିମାନଙ୍କୁ ଡାକ୍ତରଖାନା ଅଣାଯାଇଥାଏ। ସେହି କ୍ଷେତ୍ରରେ ଡ୍ୟୁଟିରେ ଥିବା କାଜୁଆଲ୍‌ଟି ମେଡିକାଲ୍‌ ଅଫିସରମାନେ ନିୟମ ଅନୁଯାୟୀ ସେମାନଙ୍କର ପରୀକ୍ଷା କରିବେ ଓ ମୃତ ଘୋଷଣା କରିବେ। ଏହା ସହିତ ତତ୍‌କ୍ଷଣାତ ସ୍ଥାନୀୟ ଥାନାକୁ ସୂଚନା ଦେବେ।

ବେଳେବେଳେ ଅଚିହ୍ନା ଲୋକମାନେ ଡାକ୍ତରଖାନାରେ ପ୍ରାଣ ହରାନ୍ତି। ପୁଣି ଅନେକ ସମୟରେ ଅଚିହ୍ନା ଶବ ଡାକ୍ତରଖାନାକୁ ଆସିଥାଏ। ସେଭଳି କ୍ଷେତ୍ରରେ ଡ୍ୟୁଟିରେ ଥିବା ମେଡିକାଲ୍ ଅଫିସର ତୁରନ୍ତ ସ୍ଥାନୀୟ ପୋଲିସ୍‌କୁ ସୂଚନା ଦେବେ।

ଡାକ୍ତରଖାନା ପରିସରରେ ଯଦି ଏକ ମୃତଦେହ ସହିତ କୌଣସି ଲୋକଙ୍କୁ ହସ୍‌ପିଟାଲ୍‌ର କର୍ମଚାରୀ ଅବା ସୁରକ୍ଷା କର୍ମଚାରୀମାନେ ସନ୍ଦିଗ୍ଧ ଅବସ୍ଥାରେ ଦେଖନ୍ତି ତା’ହେଲେ ତୁରନ୍ତ ସେମାନଙ୍କୁ ଡେଥ୍ ସ୍ଲିପ୍ ମାଗିବାକୁ ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଫଳରେ ଡାକ୍ତରଖାନାରୁ ବେଆଇନ ଭାବେ ମୃତଦେହ ନେଇ ଯିବା ଘଟଣାକୁ ରୋକା ଯାଇପାରିବ।

ସେହିଭଳି ଅପମୃତ୍ୟୁ କ୍ଷେତ୍ରରେ ମୃତଦେହ ନେବାକୁ ରାଜ୍ୟର ସବୁ ଥାନାକୁ ଅର୍ଥ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳ ଥାନାକୁ ୧,୫୦୦ ଟଙ୍କା ଓ ସହରାଞ୍ଚଳ ଥାନାକୁ ୧୦୦୦ ଟଙ୍କା ଦିଆଯିବ। ସ୍ୱତନ୍ତ୍ର ଘଟଣା ପାଇଁ ୨୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି।

Related story