ଡିପ୍‌ ଡିପ୍ରେସନର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ମ୍ୟାନମାର ଆଡକୁ ମୁହାଁଇ ଥିବା ବେଳେ ଏହା ଆଜି ସକାଳେ ଡିପ୍‌ ଡିପ୍ରେସନର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବା ପରେ ଏହାର ନାଁ ରହିବ ‘କ୍ୟାଣ୍ଟ’। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଡିପ୍‌ ଡିପ୍ରେସନ୍‌ ଗୋପାଳପୁରରୁ ୯୫୦କିଲୋମିଟର ଦୂର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗରରେ କେନ୍ଦ୍ରଭୂତ ହୋଇଛି। ଏହା ଧୀରେ ଧୀରେ ଉତ୍ତରପୂର୍ବ […]

low pressure

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 07:08 PM IST

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ମ୍ୟାନମାର ଆଡକୁ ମୁହାଁଇ ଥିବା ବେଳେ ଏହା ଆଜି ସକାଳେ ଡିପ୍‌ ଡିପ୍ରେସନର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବା ପରେ ଏହାର ନାଁ ରହିବ ‘କ୍ୟାଣ୍ଟ’। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଡିପ୍‌ ଡିପ୍ରେସନ୍‌ ଗୋପାଳପୁରରୁ ୯୫୦କିଲୋମିଟର ଦୂର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗରରେ କେନ୍ଦ୍ରଭୂତ ହୋଇଛି। ଏହା ଧୀରେ ଧୀରେ ଉତ୍ତରପୂର୍ବ ଦିଗରେ ଅଗ୍ରସର ହେଉଛି। ଆସନ୍ତାକାଲି ସନ୍ଧ୍ୟାରେ ମ୍ୟାନମାର ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ରିକର୍ଭ କରିପାରେ ବୋଲି ଆଞ୍ଚିଳକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।

ସେ କହିଛନ୍ତି, “୨୬ କିମ୍ବା୨୭ ତାରିଖ ବେଳକୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ।  ଏହା ପ୍ରଭାବରେ ଆକାଶ ମେଘାଛନ୍ନ ରହିବ।  ବିଶେଷ କରି କେନ୍ଦ୍ରୀୟ  ଓ ଉତ୍ତର ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରଭାବ ପଡ଼ିବ। ଡିପ୍ରେସନର ଘଣ୍ଟା ପ୍ରତିବେଗ୧୧ କିଲୋମିଟର ରହିଛି। ”

 ଏହାକୁ ଦୃଷ୍ଟିରେ ରଖି ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ  ଜାରି କରାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର  କହିଛନ୍ତି, “ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣଝଡ଼ ୨୬ କିମ୍ବା ୨୭ ତାରିଖରେ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଆସନ୍ତାକାଲି ପ୍ରକୃତ ଚିତ୍ର ଜଣାପଡ଼ିବ। ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଚାଷୀ ବିଲରେ ଧାନ କାଟି ପକାଇଥିଲେ ୨୬ ତାରିଖ ପୂର୍ବରୁ ଉଠାଇ ନେବାକୁ ଏବଂ ଖୋଲାସ୍ଥାନରେ ଥିବା ଧାନ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି।”

Related story