ଅଳିଆଗଦାରେ ଜୀବନ, ବଲିଉଡ୍‌ର ସ୍ୱପ୍ନ

ରାଜଧାନୀ ଦିଲ୍ଲୀରେ ତା’ ଘର। ନାଁ ହସିନା। ଘରର ୪ କାନ୍ଥ ଏମିତି ଯେ, କୋଉଠି କାଗଜ ପଟି ଡେରା ହୋଇଛି ତ କେଉଁଠି ଭଙ୍ଗା ଆଜବେଷ୍ଟସ୍‌। ଆଉ ପୁଣି କାନ୍ଥ ନ ଥିବା ଜାଗରେ ଝୁଲିଛି ବଡ଼ କନାର ପରଦା। ଚାରିପଟେ ଅଳିଆ ଗଦା।  ଆଉ ଏଇଠି ରହୁଛି ହସିନା । ସେଦିନ ଅଳିଆ ଗୋଟାଉ ଗୋଟାଉ ତା ହାତରେ ଦୀପିକା କି କ୍ୟାଟ୍ରିନାଙ୍କ ଫଟୋଟିଏ ପଡିଥିଲା। ବାସ୍‌, ତା ପରଠୁ ସେଇ ଫଟୋକୁ ଦେଖି […]

hasina

hasina

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 04:47 PM IST

ରାଜଧାନୀ ଦିଲ୍ଲୀରେ ତା’ ଘର। ନାଁ ହସିନା। ଘରର ୪ କାନ୍ଥ ଏମିତି ଯେ, କୋଉଠି କାଗଜ ପଟି ଡେରା ହୋଇଛି ତ କେଉଁଠି ଭଙ୍ଗା ଆଜବେଷ୍ଟସ୍‌। ଆଉ ପୁଣି କାନ୍ଥ ନ ଥିବା ଜାଗରେ ଝୁଲିଛି ବଡ଼ କନାର ପରଦା। ଚାରିପଟେ ଅଳିଆ ଗଦା।  ଆଉ ଏଇଠି ରହୁଛି ହସିନା । ସେଦିନ ଅଳିଆ ଗୋଟାଉ ଗୋଟାଉ ତା ହାତରେ ଦୀପିକା କି କ୍ୟାଟ୍ରିନାଙ୍କ ଫଟୋଟିଏ ପଡିଥିଲା। ବାସ୍‌, ତା ପରଠୁ ସେଇ ଫଟୋକୁ ଦେଖି ସେ ଏବେ ସ୍ୱପ୍ନ ଦେଖିବାକୁ ଲାଗିଲାଣି। ବଡ ହେଲେ କ’ଣ ହେବୁ ବୋଲି ପଚାରିଲେ ଚଟ୍‌କିନା କହୁଛି “ମୁଁ ହିରୋଇନ୍‌ ହେବି”।

ଖାଲି କହୁନି ଏଥିପାଇଁ ଚେଷ୍ଟା ବି କରୁଛି। ୧୩ ବର୍ଷର ଏଇ କଳା ରଙ୍ଗର ଝିଅଟିର କଥା ଭାରି ସୁନ୍ଦର। ଦେଖିବାକୁ ବି କୋଉ କମ୍‌ ଯେ ସିଏ ! ନିଜ ନାଁ ଭଳି ନିଜକୁ ସେଜଇ ଦେଉଛି ସକାଳ ହେଉହେଉ। ମୁଣ୍ଡରେ ଫୁଲପକା ହେୟାର କ୍ଲିପ୍‌। ନାକରେ ନାଲି ଷ୍ଟୋନ୍‌ବସା ନୋଜ୍‌ରିଙ୍ଗ୍‌। ଭାରି ମାନୁଛି ଏ ସବୁ ତାକୁ। ତାର ଉଦ୍ୟମ ଦେଖି ଲାଗୁଛି ପ୍ରତିକୂଳ ପରିସ୍ଥତି ସତ୍ୱେ ସେ ବି ଦିନେ ହିରୋଇନ୍‌ ପାଲଟିଯିବ। ଆଉ ସବୁ ପ୍ରତିକୂଳତା ତା ପାଖରେ ହାରିଯିବ।

ଦିଲ୍ଲୀର ମଦନପୁର ଖାଦ ବା ଅଳିଆ ଗଦାରେ ରୁହେ ହସିନା। ରାସ୍ତା କଡ଼ରେ ଜମାଥିବା ଅଳିଆରେ ତାର ଦିନ ବିତେ। ଯାହାକୁ ଦେଖି ଆପଣ ନାକରେ ରୁମାଲ ଦେଇଦିଅନ୍ତି । ହସିନା ସେଠାରେ ଏମିତି ସ୍ୱପ୍ନ ଦେଖୁଥିବା ଶୁଣି ଆପଣଙ୍କୁ ଟିକେ ଅବାଗିଆ ଲାଗିପାରେ। ହେଲେ ଏମିତି ସଂଘର୍ଷ ଭିତରେ ସୁନ୍ଦର ସ୍ୱପ୍ନଟିଏ ସଜାଇବାକୁ ତାର ଚେଷ୍ଟା ଦେଖି ଆପଣ ନିଶ୍ଚିତ ତାକୁ ସାବାସି ଦେବେ।

ହସିନା କୁହନ୍ତି "ସକାଳୁ ଉଠି ଯେଉଁ ଜିନିଷ ଉପରେ ପ୍ରଥମେ ନଜର ଯାଏ ସେ ହେଉଛି ଏହି ଅଳିଆ ଗଦା। ଏହା ପାଖକୁ ଯିବା ପାଇଁ ମତେ ଖୁସି ଲାଗେ। କାରଣ ଆମ ଘରେ ଯେତେସବୁ ବ୍ୟବହାରକାରୀ ସାମଗ୍ରୀ ଅଛି ସେସବୁ ମୁଁ ସେ ଅଳିଆଗଦାରୁ ପାଇଛି। ପରଦା, ଭଙ୍ଗା ଚଉକି, ତକିଆ କଭର, ପ୍ଳାଷ୍ଟିକ୍‌ର କପ ଏମିତି ସବୁକିଛି। ଏସବୁ ଛାଡି ମତେ ଅଳିଆଗଦାରୁ ବଡ ବଡ ହିରୋ ଓ ହିରୋଇନ୍‌ଙ୍କ ଫଟୋ ବି ମିଳିଛି। ଯାହାକୁ ଦେଖିବା ପରେ ମୋର ଇଚ୍ଛା କି ମୁଁ ବି ଦିନେ ହିରୋଇନ୍‌ ହେବି। ବଡ ହୋଇ ସେମାନଙ୍କ ସହ ଗୋଟିଏ ମଞ୍ଚରେ ଠିଆ ହେବି। ଆଉ ଏଥିପାଇଁ ଆଜିଠାରୁ କଠିନ ପରିଶ୍ରମ କରୁଛି, ଆଉ ପାଠ ପଢୁଛି।  କୌଣସି କାମ ଛୋଟକି ବଡ ନୁହଁ । ଦିନ ଆସିବ ମୁଁ ସେଠି ପହଞ୍ଚିଗଲେ ଏଇ କଥାକୁ ସତ ବୋଲି ପ୍ରମାଣ କରାଇଦେବି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos