ରାସ୍ତା ଛାଡିଲାନି ପଡ଼ୋଶୀ: ଖଟିଆରେ ୧ କିମି ବୁହା ହେଲେ ପ୍ରସୂତୀ, ଆମ୍ବୁଲାନ୍ସରେ ଜନ୍ମ ଦେଲେ ପିଲା

ସୋର: ସମସ୍ୟା, ଅବହେଳା ଓ ବିବାଦ ପ୍ରସୂତିଙ୍କ ପିଛା ଛାଡୁନାହିଁ। ଗାଁକୁ ରାସ୍ତା ନ ଥିବାରୁ କଲ୍ୟାଣସିଂପୁର ଅଞ୍ଚଳରେ ଜଣେ ପ୍ରସୂତୀଙ୍କୁ ଚାରି ଜଣ ଯୁବକ ବିପଦପୂର୍ଣ୍ଣ ଭାବେ ଷ୍ଟ୍ରେଚରରେ ଶୁଆଇ ଭରା ନଦୀ ପାର କରାଇବା ଘଟଣା ଆଜି ଦିନସାରା ରାଜ୍ୟରେ ଚର୍ଚ୍ଚାରେ ଥିଲା। ଏହି ଘଟଣାକୁ କିଛି ଘଣ୍ଟା ବିତି ନାହିଁ ପୁଣି ଜଣେ ପ୍ରସୂତୀ ଖଟିଆରେ ବୁହା ହୋଇଛନ୍ତି। ଏହି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କାସିନ୍ଦିପୁର ଗାଁରୁ। ତେବେ […]

soro

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 11:12 PM IST

ସୋର: ସମସ୍ୟା, ଅବହେଳା ଓ ବିବାଦ ପ୍ରସୂତିଙ୍କ ପିଛା ଛାଡୁନାହିଁ। ଗାଁକୁ ରାସ୍ତା ନ ଥିବାରୁ କଲ୍ୟାଣସିଂପୁର ଅଞ୍ଚଳରେ ଜଣେ ପ୍ରସୂତୀଙ୍କୁ ଚାରି ଜଣ ଯୁବକ ବିପଦପୂର୍ଣ୍ଣ ଭାବେ ଷ୍ଟ୍ରେଚରରେ ଶୁଆଇ ଭରା ନଦୀ ପାର କରାଇବା ଘଟଣା ଆଜି ଦିନସାରା ରାଜ୍ୟରେ ଚର୍ଚ୍ଚାରେ ଥିଲା। ଏହି ଘଟଣାକୁ କିଛି ଘଣ୍ଟା ବିତି ନାହିଁ ପୁଣି ଜଣେ ପ୍ରସୂତୀ ଖଟିଆରେ ବୁହା ହୋଇଛନ୍ତି। ଏହି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କାସିନ୍ଦିପୁର ଗାଁରୁ। ତେବେ ଏଠାରେ ରାସ୍ତା ସମସ୍ୟା ନ ଥିଲା କି ଆମ୍ବୁଲାନ୍ସର ଅବହେଳା ନ ଥିଲା। କାରଣ ଥିଲା ଗାଁର ଜଣେ ବ୍ୟକ୍ତିଙ୍କ ଦାଦାଗିରି। ବ୍ୟକ୍ତି ଜଣଙ୍କ ନିଜ ଘର ଆଗ ରାସ୍ତାରେ ଯିବାକୁ ନ ଦେବାରୁ ଏପରି ଅଭାବନୀୟ ଘଟଣା ଘଟିଛି।

କାସିନ୍ଦିପୁର ଗାଁର ଶିବ ଟୁଡୁଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାରୁ ସେ ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଆସି ଘଣ୍ଟାଏ ଧରି ଅପେକ୍ଷା କରିଥିଲେ ମଧ୍ୟ ମହିଳା ଜଣକ ଆସିପାରି ନଥିଲେ। କାରଣ ଗାଁର ଜଣେ ଲୋକ ମୋ ରାସ୍ତା ଦେଇ ଯାଇ ପାରିବୁ ନାହିଁ କହି ବାଟ ଓଗାଳି ଥିଲେ। ଶେଷରେ ଗାଁଲୋକେ ମହିଳାଙ୍କୁ ୧ କିମି କାଦୁଅ ରାସ୍ତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ଏହାପରେ ଆମ୍ବୁଲାନ୍ସରେ ମହିଳାଙ୍କ ପ୍ରସବ ହୋଇଥିଲା।

Related story