ନିୟମିତ ଓଟ୍ସ ଖାଉଛନ୍ତି କି? ପଡ଼ିପାରନ୍ତି ଏହି ୪ଟି ସମସ୍ୟାରେ

ଆଜିର ବ୍ୟସ୍ତବହୁଳ ଦୁନିଆରେ ଠିକ୍‌ରେ ଖାଦ୍ୟ ଖାଇବା ପାଇଁ କାହାର ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଚଟାପଟ୍‌ ଖାଦ୍ୟ ଖାଇବାକୁ ବେଶୀ ଲୋକ ପସନ୍ଦ କରନ୍ତି। ଆଉ କିଛି ଲୋକ ନଖାଇ କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଲୋକ ବ୍ରେକ୍‌ଫାଷ୍ଟରେ ଓଟ୍ସକୁ ବ୍ୟବହାର କରିଥାଆନ୍ତି। ସହରୀ ଜୀବନରେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବାର ଦେଖିବାକୁ ମିଳିଛି। ମାତ୍ର ଏହା ସ୍ୱାସ୍ଥ୍ୟ ପକ୍ଷେ ଠିକ୍‌ ନୁହେଁ। ଏହା ଆମେ କହୁନାହୁଁ। […]

download

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 08:37 AM IST

ଆଜିର ବ୍ୟସ୍ତବହୁଳ ଦୁନିଆରେ ଠିକ୍‌ରେ ଖାଦ୍ୟ ଖାଇବା ପାଇଁ କାହାର ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଚଟାପଟ୍‌ ଖାଦ୍ୟ ଖାଇବାକୁ ବେଶୀ ଲୋକ ପସନ୍ଦ କରନ୍ତି। ଆଉ କିଛି ଲୋକ ନଖାଇ କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଲୋକ ବ୍ରେକ୍‌ଫାଷ୍ଟରେ ଓଟ୍ସକୁ ବ୍ୟବହାର କରିଥାଆନ୍ତି। ସହରୀ ଜୀବନରେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବାର ଦେଖିବାକୁ ମିଳିଛି। ମାତ୍ର ଏହା ସ୍ୱାସ୍ଥ୍ୟ ପକ୍ଷେ ଠିକ୍‌ ନୁହେଁ। ଏହା ଆମେ କହୁନାହୁଁ। କହୁଛନ୍ତି ଆୟୂର୍ବେଦିକ ବିଶେଷଜ୍ଞ ଗୀତାଞ୍ଜଳୀ ଶର୍ମା। ସେ କହିଛନ୍ତି ଏହା ହେଉଛି rich fiber food।

ଭାରତରେ ଉପଲବ୍ଧ ହେଉଥିବା ଓଟ୍ସରେ ଅଧିକ ଗ୍ଲୁକୋଜ ମିଶିଛି। ଯାହା ଶରୀର ପାଇଁ ବିଶେଷ କ୍ଷତିକାରକ। ଏହାକୁ କେବେ କେମିତି ଖାଇଲେ କୌଣସି ଅସୁବିଧା ନାହିଁ। ଯଦି ଆପଣ ଓଜନ କମାଇବା ପାଇଁ ଏହାକୁ ନିୟମିତ ଖାଉଥିବେ, ତାହେଲେ ସମସ୍ୟାରେ ପଡ଼ିପାରନ୍ତି। ଆସନ୍ତୁ ଦେଖିବା ଓଟ୍ସ ନିୟମିତ ଖାଇଲେ କ'ଣ ସମସ୍ୟା ଦେଖାଦେବ।

ନିୟମିତ ଖାଇଲେ କ’ଣ ହେବ

୧- ପେଟ ଫୁଲାଇବ। ଶରୀରରେ ଗ୍ୟାସ ସମସ୍ୟା ଦେଖାଦେବ।

୨- ଠିକ୍‌ରେ ନିଦ ହେବ ନାହିଁ। ଯଦି ବି ଶୋଇପଡନ୍ତି, ନିଦ ଭାଙ୍ଗିବାରେ ସମସ୍ୟା ଦେଖାଦେବ।

୩- ଅଧକପାଳି ଭଳି ବିନ୍ଧା  ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

୪- ଶରୀର ଭିତରେ ସୃଷ୍ଟି ହେଉଥିବା ଫାଇବର ବାହାରକୁ ବାହାରି ପାରିବ ନାହିଁ। ଯାହାଦ୍ୱାରା କୋଷ୍ଠକାଠିନ୍ୟ ପରି ରୋଗ ଦେଖାଦେଇପାରେ।

Related story