ବାଲେଶ୍ୱର: ଡେଙ୍ଗୁ ସ୍ଥିତି ସମୀକ୍ଷା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ

ବାଲେଶ୍ୱର: ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା ପାଇଁ ବେଲେଶ୍ୱର ଜିଲ୍ଲା ଅଚାନକ ଗସ୍ତ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମନ୍ତ୍ରୀଙ୍କ ଗସ୍ତକୁ ବିଜେପି କର୍ମୀମାନେ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି। ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ସୋରର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ […]

Balaswar-birodha

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 02:16 PM IST

ବାଲେଶ୍ୱର: ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା ପାଇଁ ବେଲେଶ୍ୱର ଜିଲ୍ଲା ଅଚାନକ ଗସ୍ତ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମନ୍ତ୍ରୀଙ୍କ ଗସ୍ତକୁ ବିଜେପି କର୍ମୀମାନେ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ସୋରର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି କେମିତି ରହିଛି ଓ ଆକ୍ରାନ୍ତକୁ ଠିକ୍‌ରେ ଚିକିତ୍ସା ମିଳୁଛି ନା ନାହିଁ ତଦାରଖ କରିବାକୁ ମନ୍ତ୍ରୀ ଅଚାନକ ଗସ୍ତ କରିଥିଲେ। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ ପହଞ୍ଚି ମେଡିସିନ, ପେଡ଼ିଆଟିକ୍‌ ଓ ଇନ୍‌ଫେକ୍ସନ ୱାର୍ଡ ପରିଦର୍ଶନ କରିଥିଲେ। ପରେ ଔପଦା ଝାଡ଼ାବାନ୍ତି ଓ ଡେଙ୍ଗୁ ସ୍ଥିତି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ଜିଲ୍ଲାର ୫ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ପରେ ନାୟକ କହିଛନ୍ତି, “ନୀଳଗିରି ଓ ଔପଦା ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଆସିଛନ୍ତି। ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏଲିସା ମେସିନ ନ ଥିବା ହସ୍ପିଟାଲକୁ ମେସିନ ଯୋଗାଇ ଦିଆଯାଉଛି।”

ସେ କହିଛନ୍ତି, “ଏସ୍‌ସିବି ମେଡିକାଲ କଲେଜରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି। ସେଠାରେ ବେଡ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯାଇଛି। ଆବଶ୍ୟକ ହେଲେ ବେଡ ସଂଖ୍ୟା ବଢାଯିବ। ଏକ ଡାକ୍ତର ଟିମ୍‌ ୨୪ ଘଣ୍ଟା ଉପସ୍ଥିତ ରହି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଆଇସିୟୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।”

Related story