ଦେବଗଡ଼: ଗାଇଲୋ ଘାଟିରେ ଯାତ୍ରା ପାର୍ଟି ବସ୍ ଓଲଟି ୩୦ ମୃତ

ଦେବଗଡ଼: ଦେବଗଡ଼ ଗାଇଲୋ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଭାରତୀ ଗଣନାଟ୍ୟର ୩୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟାରେ ବାଧା ସୃଷ୍ଟି ହେଉଛି। ଭାରତୀ ଗଣନାଟ୍ୟର ପ୍ରାୟ ୩୮ ଜଣ କଳାକାରଙ୍କୁ ନେଇ ବସ୍‌ଟି ଦେବଗଡ଼ରୁ ବରଗଡ଼ ଜିଲ୍ଲା ରେମତା ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଘାଟି ରାସ୍ତାରେ ଆସିଥିବା ବେଳେ ପ୍ରାୟ ୩୦୦ […]

accident

Rakesh Mallick
  • Published: Sunday, 17 April 2016
  • , Updated: 18 April 2016, 04:24 AM IST

ଦେବଗଡ଼: ଦେବଗଡ଼ ଗାଇଲୋ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଭାରତୀ ଗଣନାଟ୍ୟର ୩୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟାରେ ବାଧା ସୃଷ୍ଟି ହେଉଛି।

ଭାରତୀ ଗଣନାଟ୍ୟର ପ୍ରାୟ ୩୮ ଜଣ କଳାକାରଙ୍କୁ ନେଇ ବସ୍‌ଟି ଦେବଗଡ଼ରୁ ବରଗଡ଼ ଜିଲ୍ଲା ରେମତା ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଘାଟି ରାସ୍ତାରେ ଆସିଥିବା ବେଳେ ପ୍ରାୟ ୩୦୦ ଫୁଟ୍‌ ତଳକୁ ବସ୍‌ଟି ଖସି ପଡିବା ପରେ ନିଆଁ ଲାଗି ଯାଇଥିଲା। ବସ୍‌ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ।

ଘଟଣା ସ୍ଥଳରୁ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନା ନେବା ବାଟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଦେବଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଦୁର୍ଘଟଣା ସ୍ଥଳକୁ ଏକ ଓଡ୍ରାଫ ଟିମ୍‌ ପଠା ଯାଇଛି। ଆବଶ୍ୟକ ହେଲେ ଆହୁରି ଟିମ୍‌ ପଠାଯିବ ବୋଲି ଡିଜିପି କେ.ବି. ସିଂ କହିଛନ୍ତି।

୮ଟି ଅଗ୍ନିଶମ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସମ୍ବଲପୁର ଡେପୁଟି ଫାୟାର ଅଫଇସରଙ୍କ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା କହିଛନ୍ତି।

ଏସ୍‌ପି ସାରା ଶର୍ମା କହିଛନ୍ତି, “ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ରାତି  ଓ ଜଙ୍ଗଲ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗୁରୁତର ଆହତଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story