ମଲା ପରେ ବି ମିଳୁନି ଶାନ୍ତି; ମୃତଦେହରେ ପୋକ ସାଲୁବାଲୁ, ଖାଇ ଯାଉଛନ୍ତି ମୂଷା...

ବଲାଙ୍ଗିର: ହସ୍ପିଟାଲର ଶବ ଘରେ ମୂଷା ଖାଉଛି ମୃତଦେହ ।  ଫ୍ରିଜର ଚାଲୁ ନ ଥିବାରୁ ମୃତଦେହ ପଚି ପୋକ ସାଲୁ ସାଲୁ କରିବା ସହ ଉତ୍କଟ ଗନ୍ଧରେ ଫାଟି ପଡୁଛି ପରିବେଶ। ଏପରି ଅବସ୍ଥା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ପୋଷ୍ଟମର୍ଟମ ଓ୍ୱାର୍ଡର ଫ୍ରିଜର ଗତ ୨ ମାସ ହେଲା ଅକାମୀ ହୋଇପଡିଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ହାତରେ ଧୂପକାଠି ଧରି ପୋଷ୍ଟମର୍ଟମ ଓ୍ୱାର୍ଡ ଭିତରକୁ ଯାଉଛନ୍ତି କର୍ମଚାରୀ। କେବଳ ଏହି […]

banangir

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 12:30 PM IST

ବଲାଙ୍ଗିର: ହସ୍ପିଟାଲର ଶବ ଘରେ ମୂଷା ଖାଉଛି ମୃତଦେହ ।  ଫ୍ରିଜର ଚାଲୁ ନ ଥିବାରୁ ମୃତଦେହ ପଚି ପୋକ ସାଲୁ ସାଲୁ କରିବା ସହ ଉତ୍କଟ ଗନ୍ଧରେ ଫାଟି ପଡୁଛି ପରିବେଶ। ଏପରି ଅବସ୍ଥା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ପୋଷ୍ଟମର୍ଟମ ଓ୍ୱାର୍ଡର ଫ୍ରିଜର ଗତ ୨ ମାସ ହେଲା ଅକାମୀ ହୋଇପଡିଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ହାତରେ ଧୂପକାଠି ଧରି ପୋଷ୍ଟମର୍ଟମ ଓ୍ୱାର୍ଡ ଭିତରକୁ ଯାଉଛନ୍ତି କର୍ମଚାରୀ। କେବଳ ଏହି ଦୁର୍ଗନ୍ଧ ଓ୍ୱାର୍ଡ ପରିସରରେ ନୁହେଁ, ଏହା ସଂଲଗ୍ନ ରାସ୍ତାରେ ଯିବା ବି ମୁସ୍କିଲ ହୋଇପଡୁଛି। ଶବଘରେ ମୃତଦେହ ପଚି ପୁରା ବାୟୁମଣ୍ଡଳକୁ ଦୂଷିତ କରୁଛି। ସେହିପରି ଫ୍ରିଜରରେ କଣା ଥିବାରୁ ମୂଷା ମୃତଦେହକୁ ଖାଉଥିବା ଅଭିଯୋଗ ମଧ୍ୟ ହୋଇଛି।

୬ଟି ମୃତତେହ ସଂରକ୍ଷଣ ଲାଗି ବଲାଙ୍ଗିର ହସପିଟାଲ ପୋଷ୍ଟମର୍ଟମ ଓ୍ୱାର୍ଡରେ ରହିଛି ୩ଟି ଫ୍ରିଜର। ତେବେ ୨ ମାସ ହେଲା ଏସବୁ ଅଚଳ ହୋଇପଡିଛି।  ଫ୍ରିଜର ଠିକ୍ କରିବାକୁ ମେକାନିକ୍ ବି ଆସିଥିଲେ ତେବେ ଉତ୍କଟ ଗନ୍ଧ ବାହରୁଥିବାରୁ ଫ୍ରିଜର ଖାଲି ନ କଲେ ସଜାଡିବେ ନାହିଁ ବୋଲି କହି ଫେରିଯାଇଥିଲେ।

Related story