ଛତିଶଗଡ଼ ସରକାରଙ୍କ ମୁଖପାତ୍ର ସାଜିଛନ୍ତି ଧର୍ମେନ୍ଦ୍ର: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ଆଜି କହିଛନ୍ତି ଯେ ସେ ଛତିଶଗଡ଼ ସରକାରଙ୍କ ମୁଖପାତ୍ର ସାଜିଛନ୍ତି। ସେ କହିଛନ୍ତି,“ରାଜ୍ୟସଭାର ସଦସ୍ୟ ଭାବେ ୨୦୧୮ରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ସରି ଯାଉଛି। ତେଣୁ ରାଜ୍ୟସଭାକୁ ଯିବା ପାଇଁ ସେ ଛତିଶଗଡ଼ ସରକାରଙ୍କୁ ସୁହାଇବା ଭଳି କଥା କହୁଛନ୍ତି। ସେ ପୁଣି ଥରେ ସେପଟ ଅଞ୍ଚଳରୁ ରାଜ୍ୟସଭାକୁ ଯିବାକୁ ଲକ୍ଷ୍ୟ ରଖି ଏପରି କରୁଛନ୍ତି।” ପାତ୍ର କହିଛନ୍ତି,“ଯଦି […]

suryapatra

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 08:29 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ଆଜି କହିଛନ୍ତି ଯେ ସେ ଛତିଶଗଡ଼ ସରକାରଙ୍କ ମୁଖପାତ୍ର ସାଜିଛନ୍ତି।

ସେ କହିଛନ୍ତି,“ରାଜ୍ୟସଭାର ସଦସ୍ୟ ଭାବେ ୨୦୧୮ରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ସରି ଯାଉଛି। ତେଣୁ ରାଜ୍ୟସଭାକୁ ଯିବା ପାଇଁ ସେ ଛତିଶଗଡ଼ ସରକାରଙ୍କୁ ସୁହାଇବା ଭଳି କଥା କହୁଛନ୍ତି। ସେ ପୁଣି ଥରେ ସେପଟ ଅଞ୍ଚଳରୁ ରାଜ୍ୟସଭାକୁ ଯିବାକୁ ଲକ୍ଷ୍ୟ ରଖି ଏପରି କରୁଛନ୍ତି।”

ପାତ୍ର କହିଛନ୍ତି,“ଯଦି ତାଙ୍କର ଶକ୍ତି ଅଛି ତା’ହେଲେ ପ୍ରଥମେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଚଲାଇଥିବା ନିର୍ମାଣ କାମ ବନ୍ଦ କରିବାକୁ କୁହନ୍ତୁ।”

ଧର୍ମେନ୍ଦ୍ରଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ପ୍ରଥମେ ଜଏଣ୍ଟ କୋଣ୍ଟ୍ରୋଲ୍ ବୋର୍ଡ ଗଠନ କରିବାକୁ କେନ୍ଦ୍ର ସରକାର କହିଥିଲେ। ଛତିଶଗଡ଼ ସରକାର ଏଥିରେ ଏକମତ ହୋଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼ ସରକାରଙ୍କ ମୁଖପାତ୍ର ସାଜି ସେହି କଥାକୁ ସମର୍ଥନ କରିଥିଲେ ଓ ଏଠାରେ ଆସି ତା’ରି ସପକ୍ଷରେ ଯୁକ୍ତି ବାଢ଼ିଲେ। କିନ୍ତୁ ଦୁଇ ମାସ ପରେ ସେ ନିଜେ ୟୁଟର୍ଣ୍ଣ ନେଇଥିଲେ ଓ କହିଥିଲେ ଜଏଣ୍ଟ କୋଣ୍ଟ୍ରୋଲ୍ ବୋର୍ଡ ଗଠନ ହେଲେ ଓଡ଼ିଶାର ହିତ ସାଧନ ହେବ ନାହିଁ।”

ପାତ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଏବେ କେନ୍ଦ୍ର ସରକାର ବୁଝାମଣା କମିଟି ଗଠନ କରିବା କଥା କହିଛନ୍ତି। ଏହାକୁ ବି ଛତିଶଗଡ଼ ସରକାର ସମର୍ଥନ କରୁଛନ୍ତି। କାରଣ ଛତିଶଗଡ଼କୁ ଫାଇଦା ଦେବା ପାଇଁ ଏହି କମିଟି ଗଠନ କରିବା କଥା କୁହାଯାଇଛି। ଆଉ ଧର୍ମେନ୍ଦ୍ର ପ୍ରଧାନ ବି ଏହାକୁ ସମର୍ଥନ କରିଛନ୍ତି। ଛତିଶଗଡ଼ ସରକାରଙ୍କ ମୁଖପାତ୍ର ସାଜି ଏହା ସପକ୍ଷରେ ଆସି ଏଠାରେ ଯୁକ୍ତି ବାଢୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ନିଜ ମାଟି ବିରୁଦ୍ଧରେ କାମ କରୁଛନ୍ତି। ଓଡ଼ିଶାବାସୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଏହାର ସଠିକ ଜବାବ ଦେବେ।”

ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବୁଝାମଣା କମିଟି ଗଠନ ପ୍ରସ୍ତାବକୁ ଓଡ଼ିଶା ସରକାର ପ୍ରତ୍ୟାଖାନ କରି ଦେଇଥିବା ବେଳେ ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଏପରି କରିଥିବା ସେ କହିଥିଲେ।

ଧର୍ମେନ୍ଦ୍ରଙ୍କୁ ବିଜେଡି ଟାର୍ଗେଟ କରିବା ପରେ ବିଜେପି କଡା ଭାଷାରେ ସମାଲୋଚନ କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ବିଜେଡି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସହି ପାରୁନାହିଁ। ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଚାକର ହେବାକୁ ଯିଏ ଖୁସି ଅନୁଭବ କରନ୍ତି ସେ ଉତ୍ତର ଦେଉଛନ୍ତି। ଏହା ପୁଣି ତୃତୀୟ ମହଲାର ତାମିଲ କିରାଣିଙ୍କ ଇଙ୍ଗିତରେ କରୁଛନ୍ତି।”

Related story