- Videos
- Odisha
- ‘ରାକ୍ଷସ’ ଟିପ୍ପଣୀ ଉପରେ ଜବାବ ରଖିଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଅଭଦ୍ରାମୀ କରୁଛି
‘ରାକ୍ଷସ’ ଟିପ୍ପଣୀ ଉପରେ ଜବାବ ରଖିଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଅଭଦ୍ରାମୀ କରୁଛି
- Published: Saturday, 09 September 2017
- , Updated: 09 September 2017, 04:53 PM IST
<p>ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ବିଜେଡି ଦେଇଥିବା ‘ରାକ୍ଷସ’ ମନ୍ତବ୍ୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କଡା ଜବାବ ରଖିଛନ୍ତି । ସେ ତାଙ୍କ ଜବାବରେ କହିଛନ୍ତି ବିଜେଡି ଭୟଭୀତ ହୋଇଛି ଓ ଅଭଦ୍ରାମୀ କରୁଛି । ଖାଲି ସେତିକି ନୁହଁ ସେ ବିଜେଡିକୁ ମିଛୁଆ ରାଧୁଆ ଆଖ୍ୟା ମଧ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୫୮ ହଜାର କୋଟିର ଖଣି ଲୁଟ୍ କଥା ସ୍ଵୀକାର କରିଛି ବିଜେଡି । ସେଥିପାଇଁ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛି । ଲୋକେ ନବୀନଙ୍କ ଅପାରଗତା ଜାଣି ସାରିଲେଣି, ତେଣୁ ସେମାନେ ଷ୍ଟ୍ରାଟେଜି ପରିବର୍ତ୍ତନ କଲେଣି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।</p>
<p>ସେହିପରି ଶାହଙ୍କ ଜେଲ ଯିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ମଧ୍ୟ ରଖିଛନ୍ତି ଧର୍ମେନ୍ଦ୍ର। କଂଗ୍ରେସକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ‘ତାଙ୍କ ଦଳର ନେତା ଖୁବଶୀଘ୍ର ଜେଲ ଯିବେ, ସରକାରୀ ଜମି ଚୋରି ଭଳି ଅଭିଯୋଗ ତାଙ୍କ ନାଁ’ରେ ରହିଛି ।</p>