କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଜଭବନ ଆଗରେ ବସିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ରାଜଭବନ ଆଗରେ ଧାରଣା ଦିଆଯାଇଛି। ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଧାରଣାରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ, ମେଡ଼ିକାଲ ରିପୋର୍ଟ ସାର୍ବଜନୀନ, ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଓ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି। ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“କୁନ୍ଦୁଲି […]

kunduli

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 12:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ରାଜଭବନ ଆଗରେ ଧାରଣା ଦିଆଯାଇଛି। ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଧାରଣାରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ, ମେଡ଼ିକାଲ ରିପୋର୍ଟ ସାର୍ବଜନୀନ, ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଓ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି।

ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“କୁନ୍ଦୁଲି ଗଣବଳାତ୍କାରୀ ୪ ଜଣଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ଗିରଫ କରିପାରିନି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କର ପୋଲିସ ଉପରୁ ଭରସା ଉଠିଯାଉଛି। ପୀଡ଼ିତାକୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ରାଜ୍ୟରେ ଆନ୍ଦୋଳନ କରାଯିବ।”

ଅନ୍ୟପକ୍ଷରେ ଜୟପୁରର ବିଜେଡି ନେତା ରବିନାରାୟଣ ନନ୍ଦ କହିଛନ୍ତି-“କୁନ୍ଦୁଲିରେ ଘଟିଥିବା ଘଟଣା ସାମାଜିକ ବ୍ୟବସ୍ଥା ଭିତରେ ଏକ କଳଙ୍କ। ସବୁସ୍ତରରୁ ଏହାକୁ ନିନ୍ଦା କରାଯାଉଛି। ବଳାତ୍କାରୀଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବି କରୁଛୁ। ପୋଲିସ ମଧ୍ୟ ତଦନ୍ତ କରୁଛି। ତେବେ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।”

Related story