ଓଡ଼ିଶା ଉପରୁ ଟଳିଳା ‘କ୍ୟାଣ୍ଟ’ ବିପଦ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘କ୍ୟାଣ୍ଟ’ ଉଗ୍ର ରୂପ ଧାରଣ କରି ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି। କ୍ୟାଣ୍ଟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଦୂର ହୋଇଛି। ତଥାପି ଏହାର ପ୍ରଭାବରେ ଆସନ୍ତା ୨୭ ଓ ୨୮ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ […]

low pressure

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 08:31 PM IST

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘କ୍ୟାଣ୍ଟ’ ଉଗ୍ର ରୂପ ଧାରଣ କରି ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି। କ୍ୟାଣ୍ଟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଦୂର ହୋଇଛି। ତଥାପି ଏହାର ପ୍ରଭାବରେ ଆସନ୍ତା ୨୭ ଓ ୨୮ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏବେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ ଓ ପୂର୍ବ ଦିଗରେ ୭୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ। ଅର୍ଥାତ ଗଞ୍ଜାମ ଓ ଗଜପତି ଜିଲ୍ଲାଠାରୁ ଦୂରରେ ରହିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବା ବୋଲି ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟରେ ଥିବା ସବୁ ବନ୍ଦରରେ ଦୁଇ ନମ୍ୱର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି।

 ‘କ୍ୟାଣ୍ଟ’ର ମୁକାବିଲା ପାଇଁ ସତର୍କ ରହିବାକୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ଟି ଜିଲ୍ଲାପାଳଙ୍କୁ ଭିଡିଓକନ୍‌ଫରେନ୍ସ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସରକାରୀ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଞ୍ଚଳରେ ଉପସ୍ଥିତ ରହିବେ। ବର୍ଷା ଆଶଙ୍କା ଥିବାରୁ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସଜାଗ ରହିଛନ୍ତି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନେ ଧାନ କାଟି ବଣ୍ଡଲକରି ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି। ସବୁ ଜିଲ୍ଲାରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲା ଯାଇଛି। ୨୯ ଓ ୩୦ ତାରିଖରେ ସମସ୍ତ ଅଧିକାରୀମାନ ସତର୍କ ରହିବାକୁ କୁହାଯାଇଛି।”

Related story