ଦୀପୁ ଓ ଓମ୍‌କୁ ଆଠଗଡ଼ରେ ହତ୍ୟା କରାଯାଇ ଝାଡ଼ଖଣ୍ଡରେ ଶବ ପୋଡ଼ାଯାଇଛି

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସ ଦୀପୁ ଓ ଓମ୍‌କୁ କଟକ ଜିଲ୍ଲା ଆଠଗଡ ଅଂଶୁପା ରୋଡ଼ରେ ଥିବା ଖୁଣ୍ଟକଟା ଫାର୍ମହାଉସ୍‌ରେ ପିଟିପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଝଡ଼ଖଣ୍ଡର ଗୋଆ ଥାନା ଅଞ୍ଚଳର ଏକ ପୋଲ ତଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଶବ ନଷ୍ଟ କରାଯାଇଥିଲା ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘଟଣାରେ ଡି’ ବ୍ରଦର୍ସଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ […]

athagadafarmhouse

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 10:38 AM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସ ଦୀପୁ ଓ ଓମ୍‌କୁ କଟକ ଜିଲ୍ଲା ଆଠଗଡ ଅଂଶୁପା ରୋଡ଼ରେ ଥିବା ଖୁଣ୍ଟକଟା ଫାର୍ମହାଉସ୍‌ରେ ପିଟିପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଝଡ଼ଖଣ୍ଡର ଗୋଆ ଥାନା ଅଞ୍ଚଳର ଏକ ପୋଲ ତଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଶବ ନଷ୍ଟ କରାଯାଇଥିଲା ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହି ଘଟଣାରେ ଡି’ ବ୍ରଦର୍ସଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଡି’ ବ୍ରଦର୍ସଙ୍କ ସହଯୋଗୀ ନିର୍ମଳ ରାଉତ, ଦେବାଶିଷ କର, ଭଜନା, ଲିଟୁଆ ଓ ଗୁଡୁ। ଦୁଇଟି ଟିମ୍‌ ଫାର୍ମ ହାଉସ ଓ ଝାଡ଼ଖଣ୍ଡ ଯାଇ ଘଟଣର ଯାଞ୍ଚ କରିଥିଲେ। ହତ୍ୟା ସ୍ଥଳରୁ ପୋଲିସ ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଛି। ଅନୁସନ୍ଧାନକାରୀ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନିଆଁରେ ଦୁଇଜଣଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡ ଯାଇଥିଲା। ଘଟଣାର ୪ରୁ ୫ ଦିନ ପରେ ସ୍ଥାନୀୟ ଲୋକେ ଶବ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଗୋଆ ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ କିଛି ସୁରାକ ନ ପାଇବାରୁ ଏହାକୁ ବନ୍ଦ କରି ଦେଇଥିଲା।

କମିଶନର କହିଛନ୍ତି, ଏକଦା ଦୀପୁ ଓ ଓମ୍‌ ଡି’ ବ୍ରଦର୍ସଙ୍କ ମୁଖ୍ୟ ସହଯୋଗୀ ଥିଲେ। ଦାବାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା କରୁଥିଲେ। ଏହାସହ ଡି’ ବ୍ରଦର୍ସଙ୍କ ପାଇଁ ସାର୍ପ ସୁଟର ଭାବେ ମଧ୍ୟ  କାମ କରୁଥିଲେ। ତେବେ ଧୀରେ ଧୀରେ ଏମାନଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଦୀପୁ ଓ ଓମ୍‌ ଅନ୍ୟ ଏକ ଗ୍ୟାଙ୍ଗ ଗଢି ଥିଲେ। ଏପରି ଘଟଣା ପରେ ଦୁଇଜଣଙ୍କୁ ବାଟରୁ ହଟାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯୋଜନା ମୁତାବକ ୨୦୧୩ ମସିହାରେ ଏମାନଙ୍କୁ ଅପହରଣ କରି ନେଇଥିଲେ ଡି’ ବ୍ରଦର୍ସ।

ଡି’ ବ୍ରଦର୍ସ ହିଁ ଥିଲେ ଗ୍ୟାଙ୍କର ସର୍ବେସର୍ବା। ଯେଉଁମାନେ ଦୁଇ ଭାଇଙ୍କ କଥା ମାନୁ ନ ଥିଲେ ସେମାନଙ୍କୁ ହତ୍ୟା କରାଯାଉଥିଲା। ହତ୍ୟା ପରେ ଦେଶର ବିଭିନ୍ନ ସ୍ଥାନକୁ ନେଇ ଶବକୁ ନଷ୍ଟ କରାଯାଉଥିଲା। ସମାନ ଢଙ୍ଗରେ ଦୀପୁ ଓ ଓମ୍‌କୁ ଦୁଇଭାଇ ହତ୍ୟା କରିଥିଲେ।

Related story