ଆଜି ଦ୍ୱିତୀୟ ଦିନ ପାଇଁ ସୁରବାବାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍

କଟକ: ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ। ଆଜି ମଧ୍ୟ ସୁରବାବାଙ୍କ ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିପାରେ। ବୁଧବାର ତାଙ୍କ ନାଁରେ ୪ଟି ସାନି ଏଫ୍ଆଇଆର୍ ଦାୟର ହୋଇଛି। ସେପଟେ ମାମଲାର ତଦନ୍ତ ପାଇଁ ଗଠିତ ହୋଇଥିବା ୪ଟି ଟିମରୁ ଗୋଟିଏ ଟିମ୍ ବୁଧବାର ଝିଇଁଣ୍ଟି ଆଶ୍ରମ ଯାଇ ଅନୁଧ୍ୟାନ କରି ଫେରିଛି।