ଡିଆର୍‌ଏମ୍‌ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ରେଲୱେ ଡିଭିଜନ୍‌ ଡିଆର୍‌ଏମ୍‌ ଦୀନେଶ କୁମାର ସିଂହଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ପରି ଅଭିଯୋଗ ଆସିଛି। ଏପରି ଅଭିଯୋଗ ଡିଭିଜିନାଲ୍ ସିକ୍ୟୁରିଟି କମିଶନର ସୋନା ହେମ୍ବ୍ରମ୍ ଆଣିଛନ୍ତି। ଏନେଇ ସେ ସମ୍ବଲପୁର ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ସୋନା ହେମ୍ବ୍ରମ୍ ସମ୍ବଲପୁର ରେଲେଓ୍ୱ ଷ୍ଟେସନ୍‌ରେ ଡ୍ୟୁଟିରେ ଥିଲେ। ଏହି ସମୟରେ ଡିଆର୍‌ଏମ୍‌ ସେଠାକୁ ଆସି ସର୍ବସାଧାରଣରେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। […]

rail

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 10:52 PM IST

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ରେଲୱେ ଡିଭିଜନ୍‌ ଡିଆର୍‌ଏମ୍‌ ଦୀନେଶ କୁମାର ସିଂହଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ପରି ଅଭିଯୋଗ ଆସିଛି। ଏପରି ଅଭିଯୋଗ ଡିଭିଜିନାଲ୍ ସିକ୍ୟୁରିଟି କମିଶନର ସୋନା ହେମ୍ବ୍ରମ୍ ଆଣିଛନ୍ତି। ଏନେଇ ସେ ସମ୍ବଲପୁର ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ସୋନା ହେମ୍ବ୍ରମ୍ ସମ୍ବଲପୁର ରେଲେଓ୍ୱ ଷ୍ଟେସନ୍‌ରେ ଡ୍ୟୁଟିରେ ଥିଲେ। ଏହି ସମୟରେ ଡିଆର୍‌ଏମ୍‌ ସେଠାକୁ ଆସି ସର୍ବସାଧାରଣରେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଦେଇଥିବା ସୋନା ଅଭିଯୋଗ କରିଥିଲେ।

Related story